Latest Odisha News

BREAKING NEWS

ବସଷ୍ଟାଣ୍ଡର ହେବ ଉନ୍ନତିକରଣ, ମିଳିବ ସପିଂ ମଲ୍ ଓ ମଲ୍ଟିପ୍ଲେକ୍ସର ସୁବିଧା

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ବିମାନ ବନ୍ଦର ଭଳି ପ୍ରମୁଖ ବସଷ୍ଟାଣ୍ଡଗୁଡିକୁ କରାଯିବ ଉନ୍ନତ । ଏଥିସହ ସେଠାରେ ସପିଂ ମଲ୍ ଏବଂ ମଲ୍ଟିପ୍ଲେକ୍ସର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।କ୍ରୁଟ ପକ୍ଷରୁ ଆୟୋଜିତ ହୋଇଥିବା ୨ ଦିନିଆ କର୍ମଶାଳାରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ । ଏହି ସମୟରେ ସେ ଯାତ୍ରୀଙ୍କ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ ସେ ନେଇ ଗୁରୁତ୍ୱ ଦେଇଥିଲେ ।
ରାଜଧାନୀରେ ବର୍ତ୍ତମାନ ୨୦୦ଟି ମୋ ବସ୍ ଚାଲୁଛି । ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ୧୮୯ଟି ବସ୍ ଏଥିରେ ଯୋଡି ହେବ । ଏପ୍ରିଲ ପ୍ରଥମ ସପ୍ତାହରେ ୫୦ଟି ଇ-ବସ୍ ରାଜଧାନୀରେ ଗଡିବା ନେଇ କ୍ରୁଟ ଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସେହିପରି ଓଏସ୍‌ଆର୍‌ଟିସିରେ ଅଧିକ ସଂଖ୍ୟକ ବସ୍ ସାମିଲ୍ କରିବାକୁ ଯୋଜନା କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.