Latest Odisha News

BREAKING NEWS

ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓ ଡମ୍ପରୁ ଅସ୍ତ୍ର ଓ ବିସ୍ଫୋରକ

ରାୟଗଡ଼ା: ସୁରକ୍ଷା ବାହିନୀକୁ ମିଳିଛି ଏକ ବଡ଼ ସଫଳତା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ରିଜର୍ଭ ଫରେଷ୍ଟରେ ଲୁଚାଇ ରଖାଯାଇଥିବା ଏକ ମାଓ ଡମ୍ପ ଠାବ କରାଯାଇଛି। DVF ଓ SOG ଟିମ୍‌ର ମିଳିତ ଅଭିଯାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ର ଜବତ ହୋଇଛି। ଜୁନ୍ ୧୩ ତାରିଖରେ ଚାଲିଥିବା ମିଳିତ ଅପରେସନ ସମୟରେ ଧେପଗୁଡ଼ା ରିଜର୍ଭ ଫରେଷ୍ଟରେ ଡମ୍ପ ସ୍ଥାନ ଚିହ୍ନଟ କରାଯାଇଥିଲା।

ସମ୍ଭାବ୍ୟ ବିସ୍ଫୋରକ ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲା ବମ୍ ଡିସପୋଜାଲ ସ୍କ୍ୱାଡ ପ୍ରଥମେ ସମଗ୍ର ଅଞ୍ଚଳକୁ ଯାଞ୍ଚ କରିଥିଲା। ତଲାସି ବେଳେ ଗୋଟିଏ .303 ରାଇଫଲ, ୩୭ ରାଉଣ୍ଡ ଗୁଳି, ଗୋଟିଏ ମ୍ୟାଗାଜିନ, ୬ଟି ଚାର୍ଜର କ୍ଲିପ, ଗନ୍ ପାଉଡର, କର୍ଡେକ୍ସ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହା ସହିତ ମାଓ ସାହିତ୍ୟ, ଛତା, କମ୍ବଳ, ଚପଲ ଏବଂ ଅନ୍ୟ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ମଧ୍ୟ ମିଳିଛି।ପୋଲିସ ପକ୍ଷରୁ ଜାରି ପ୍ରେସ୍ ନୋଟ ଅନୁସାରେ, ଜାନୁଆରୀ ୨୦୨୫ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଏହି ଅଭିଯାନ ସଫଳ ହୋଇଥିବା କୁହାଯାଇଛି। ବର୍ତ୍ତମାନ ଅଞ୍ଚଳରେ SOG, DVF ଓ CRPF ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି।

Leave A Reply

Your email address will not be published.