Latest Odisha News

BREAKING NEWS

ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ…

କଟକ: ଛାଡପତ୍ର ସତ୍ବେ ତୁଟୁନି ବିବାଦ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ଅନୁଭବ ମହାନ୍ତି । ସୁପ୍ରିମକୋର୍ଟରେ ଅନୁଭବ ମହାନ୍ତି ଦାୟର କରିଥିବା ମାମଲାରେ ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି ହୋଇଛି । ଆଜି ମାନ୍ୟବର ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିଛନ୍ତି ।

ଓଡ଼ିଶା ହାଇକୋର୍ଟଙ୍କ କିଛି ନିର୍ଦ୍ଦେଶ ବିରୋଧରେ ଆଗତ ଏହି ସ୍ପେଶାଲ ଲିଭ୍ ପିଟିସନ ବା ଏସଏଲପି ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଗତ ଫେବ୍ରୁଆରୀ ୨୭ ତାରିଖରେ ସୁପ୍ରିମକୋର୍ଟରେ ଅନୁଭବଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଅପରାଧିକ ମାମଲାର କ୍ୱାସିଂ ଆପ୍ଲିକେସନ ବା ଚାର୍ଜଫ୍ରେମ୍ ଇତ୍ୟାଦି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଅନୁଭବ ।

କୋର୍ଟଙ୍କ ରେକର୍ଡ ଅନୁଯାୟୀ ମାମଲାଟି ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ସ୍ଥିତିରେ ରହିଛି । ଆବେଦନକାରୀ ଅନୁଭବ ମହାନ୍ତିଙ୍କ ପକ୍ଷରୁ ପ୍ରତିଷ୍ଠିତ ଆଡଭୋକେଟ ଆଶିଷ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି । ଏବେ ଏହି କ୍ରିମିନାଲ ମିସଲେନିୟସ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

Comments are closed.