ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ପଡ଼ିଆ ଅଞ୍ଚଳରୁ ଏକ ବୃହତ୍ ମାଓ ଡମ୍ପ ଠାବ କରାଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଏହାକୁ ଜବତ କରିଛନ୍ତି । ଏହି ଅସ୍ତ୍ରଶସ୍ତ୍ର ଗୁଡିକ ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ରଖାଯାଇଥିବା ପୋଲିସ ସୂଚନା ଦେଇଛି । ସମସ୍ତ ସାମଗ୍ରୀ ଆନ୍ଧ୍ର ଓଡିଶା ସୀମାନ୍ତ ସ୍ବତନ୍ତ୍ର କମିଟିର ବୋଲି ଜଣାପଡିଛି ।
ଏହି ମାଓ ଡମ୍ପରୁ ଗୋଟିଏ ଷ୍ଟେନ କାର୍ବାଇନ, ଗୋଟିଏ ପିସ୍ତଲ, ଗୋଟିଏ ଏସ୍ବିଏମ୍ଏଲ୍ ବନ୍ଧୁକ, ଗୋଟିଏ ୧୨ ବୋର ବନ୍ଧୁକ, ୩ଟି ଟିଫିନ ବୋମା, ଗୋଟିଏ ୧ କିଲୋର ଲ୍ୟାଣ୍ଡମାଇନ, ଗୋଟିଏ ୬ କିଲୋର ଲ୍ୟାଣ୍ଡମାଇନ୍, ୨୦ଟି ୟୁଜିବିଏଲ ଗ୍ରେନେଡ୍, ୫୩ଟି ୧୨ ବୋର ବନ୍ଧୁକର ଜୀବନ୍ତ ଗୁଳି, ଟେଲିସ୍କୋପ, ଲାଲ କୋଡେକ୍ସ ତାର, ବିଦ୍ୟୁତ୍ କେବଲ ତାର, ଚଷମା, ତାର କଟ୍ଟର, ବିଦ୍ୟୁତ୍ ତାର,ବ୍ୟାଟେରି, ସୋଲାର ସାଇଜ, ମଲଟି ମିଟର, କଟ୍ଟର, ଡ୍ରମ, ନଟ ବୋଲ୍ଟ,ବାଲି କାଗଜ, ଲାଲ କନା, ଟେଷ୍ଟର ଭଳି ୨୯ଟି ଜିନିଷ ଉଦ୍ଧାର କରାଯାଇଛି ।
ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସୂଚନାକ୍ରମେ ଡିଭିଏଫ୍ ଯବାନ ଆଜି ପୂର୍ବାହ୍ନରେ ପଡିଆ ଥାନା ଅନ୍ତର୍ଗତ ସିଲାକୋଟା, ପେରଵାଇ ଏବଂ କେସକାଗୁଡା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେହି ଜଙ୍ଗଲରୁ ଏକ ବଡ଼ ମାଓ ଡମ୍ପକୁ ଠାବ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋଦ ପାଟିଲ ଏଚ, ଅତିରିକ୍ତ ଏସପି ଆର.କେ ଦାସ ଉପସ୍ଥିତ ରହି ବିସ୍ତୃତ ବିବରଣୀ ରଖିଥିଲେ ।
