Latest Odisha News

BREAKING NEWS

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଅଧିକାରୀଙ୍କ ତନାଘନା

ଅନୁଗୁଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୋଟ୍ ୯୩ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଜେରା କରାଯିବ । ଆଜି ୪୯ ଜଣ କର୍ମଚାରୀଙ୍କୁ ପଚରାଉଚରା କରୁଥିବାବେଳେ, ଆସନ୍ତାକାଲି ଅନ୍ୟ କର୍ମଚାରୀଙ୍କୁ ଜେରା କରିବ ଭିଜିଲାନ୍ସ । କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ଦ୍ୱାରା ଅର୍ଥ ହେରଫେର ମାମଲାରେ ଚାଲିଛି ଏହି ତନାଘନା ।

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଜେରା ଚାଲିବ ବୋଲି ସୂଚନା ମିଳିଛି । କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୩୨ ଜଣ ଡାକ୍ତର, ୨୪ ଷ୍ଟାଫ ନର୍ସ, ୯ କିରାଣୀ । ଏପରିକି ଜାଲରୁ ବାଦ୍ ପଡ଼ିନାହାନ୍ତି ହସ୍ପିଟାଲର ଚତୁର୍ଥ ଶ୍ରେଣୀ କର୍ମଚାରୀ । ୮ ଜଣ ୱାର୍ଡ ଆଟେଣ୍ଡାଣ୍ଟ, ୨ ଜଣ ରୋଷେୟା, ୨ ଜଣ ଡ୍ରାଇଭର, ଜଣେ ପିଅନ ବି ସୁବ୍ରତଙ୍କ ଦ୍ଵାରା ଅର୍ଥ ତୋଷାରପାତର ଶିକାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଏବେ ୨୬ ଜଣ ଅବସର ନେଇସାରିଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ସୂଚନାଯୋଗ୍ୟଯେ, ୨ କୋଟି ୩୮ ଲକ୍ଷ ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ଗତ ଫେବୃଆରୀ ମାସରେ ସୁବ୍ରତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.