Latest Odisha News

BREAKING NEWS

ଦିନିକିଆ ଦଳରୁ ବାଦ ପଡି ପାରନ୍ତି କୂଲଦୀପ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଜୁନ ୨୦ରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ସହକାରୀ କୋଚ ର‌୍ୟାନ ଟେନ ଡୋଶ୍ଚେଟ ସ୍ପିନ ବୋଲର କୂଲଦୀପ ଯାଦବଙ୍କୁ ପରୋକ୍ଷରେ ଚେତାଇ ଦେଇଛନ୍ତି । ତାଙ୍କ ସ୍ଥାନ ଏବେ ବିପଦରେ ପଡିଛି ବୋଲି ସେ କହିଛନ୍ତି । ମୁଁ ତାଙ୍କୁ ଅପମାନ କରିବାକୁ ଚାହୁଁନି । ବର୍ତମାନ ଖେଳାଳିମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ମଧ୍ୟ ମଜଭୁତ ହେବାକୁ ପଡିବ ।

କୂଲଦୀପଙ୍କ ପ୍ରଦର୍ଶନ ଏବେ ସନ୍ତୋଷଜନକ ରହି ନାହିଁ । ୱିକେଟ ହାସଲ କରି ନ ପାରିବା ଏବଂ ଇକୋନେମୀ ରେଟର ସୁଧାର ନ ହେବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲକ୍ଷ୍ନୌ ଦିନିକିଆରେ ଅପେକ୍ଷାକୃତ ଦୁର୍ବଳ ଟିମ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସେ ୱିକେଟ ନେଇପାରି ନ ଥିଲେ । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ କୂଲଦୀପଙ୍କୁ ସ୍ଥାନ ମିଳିନି । ଦିନିକିଆ ଦଳ ୨/୩ ଦିନ ମଧ୍ୟରେ ଘୋଷଣା କରାଯିବ । କୂଲଦୀପଙ୍କୁ ସୁଯୋଗ ମିଳିବ କି ନାହିଁ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.