ନୂଆଦିଲ୍ଲୀ: KGF ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ଟକ୍ସିକ: ଦି ଫେୟାର ଟେଲ୍”ର ନୂଆ ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି ନିର୍ମାତା।
ଇନଷ୍ଟାଗ୍ରାମରେ ୟଶ ଏକ ନୂଆ ପୋଷ୍ଟର ସେୟାର କରି ଘୋଷଣା କରିଛନ୍ତି ଯେ “ଟକ୍ସିକ” ୨୬ ଅଗଷ୍ଟ, ୨୦୨୬ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ତେବେ ଏହି ଫିଲ୍ମ ୧୯ ମାର୍ଚ୍ଚରେ “ଧୁରନ୍ଧର” ସହିତ ମୁକ୍ତିଲାଭ କରିବାର ଯୋଜନା ଥିଲା। କିନ୍ତୁ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଚଳଚ୍ଚିତ୍ରଟି ଜୁନ୍ ୪ ତାରିଖକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ପରେ ଏହି ମୁକ୍ତି ତାରିଖକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ବର୍ତ୍ତମାନ ନିର୍ମାତା ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଯାହାକୁ ନେଇ ପ୍ରଶଂସକମାନେ ଉତ୍ସାହିତ ହୋଇଛନ୍ତି।
କନ୍ନଡ ଏବଂ ଇଂରାଜୀ ଭାଷାରେ ସୁଟିଂ ହୋଇଥିବା “ଟକ୍ସିକ: ଏ ଫେୟାର ଟେଲ୍ ଫର୍ ଗ୍ରୋନ୍-ଅପ୍ସ” ହିନ୍ଦୀ, ତାମିଲ, ତେଲୁଗୁ ଏବଂ ମାଲାୟଲମରେ ମଧ୍ୟ ମୁକ୍ତିଲାଭ କରିବ।
ଅଗଷ୍ଟ ୧୫ ବେଳକୁ ଅନେକ ବଲିଉଡ୍ ଫିଲ୍ମ ରିଲିଜ୍ ହେବାର ଯୋଜନା ରହିଛି। ଏହି ତାଲିକାରେ ୭ ଅଗଷ୍ଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ନାଗଜିଲା, ୧୪ ଅଗଷ୍ଟରେ ଲଭ୍ ଆଣ୍ଡ୍ ୱାର୍ ଏବଂ ୧୬ ଅଗଷ୍ଟରେ ସନି ଦେଓଲଙ୍କ ବଟୱାରା ରହିଛି। ଇଥା ଏବଂ ଖୋସଲା କା ଘୋସଲା ୨ ଭଳି ଫିଲ୍ମ ମଧ୍ୟ ମୁକ୍ତିଲାଭ କରିବାର ଆଶା କରାଯାଉଛି।
