Latest Odisha News

BREAKING NEWS

‘ଏଲ୍ ନିନୋ’ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର: ‘ଏଲ୍ ନିନୋ’ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏନେଇ ଲୋକସଭା ଭବନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ।

ମନ୍ତ୍ରୀ କହିଛନ୍ତି ଯେ, ଏଲ୍ ନିନୋ’ ମୁକାବିଲା ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଯେଉଁ ବିଭାଗ ପ୍ରାକୃତିକ ବିପର୍ଯ୍ୟୟ ସହ ସମ୍ପୃକ୍ତ,ସେମାନଙ୍କ ସମେତ ସାଂସଦ ଓ ବିଧାୟକ ଯୋଗ ଦେଇ ବାର୍ଷିକ ଖସଡ଼ା ପ୍ରସ୍ତୁତ କରିବେ । ତା’ପରେ ଜିଲ୍ଲାର ଖସଡ଼ା ପ୍ରସ୍ତୁତ ହେବ ।

ସେହିପରି, ଜିଲ୍ଲାର ପାଣିପାଗ ସ୍ଥିତି ଯେପରି ମରୁଡି, ବନ୍ୟା ବାବଦରେ ଆଲୋଚନା ହେବ । ପ୍ରତି ୫ ରୁ ୭ ବର୍ଷରେ ତାପମାତ୍ରା ବୃଦ୍ଧି ଯୋଗୁଁ ଏଲ ନିନୋ ଆସେ । ସାରା ଦେଶ ସହ ଓଡ଼ିଶାରେ ବୃଷ୍ଟିପାତ କମ ହେବ ବୋଲି ଆକଳନ ହୋଇଛି । ତେବେ ସ୍ୱାଭାବିକ ଭାବେ ୧୪୫୦ ମିଲିମିଟର ବର୍ଷା ରାଜ୍ୟ ପାଇଁ ଆବଶ୍ୟକ ରହିଥାଏ । ତେବେ ତାଠାରୁ କିଛି କମ ବର୍ଷା ହେବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.