Latest Odisha News

BREAKING NEWS

Bengaluru Stone Quarry: ପଥର ଖାଦାନରେ ବଡ଼ ଅଘଟଣ; ପଥର ଖସି ୭ମୃତ

ନୂଆଦିଲ୍ଲୀ:ପଥର ଖାଦାନରେ ବଡ଼ ଅଘଟଣ। ବେଙ୍ଗାଲୁରୁରେ ଏକ ପଥର ଖାଦାନରେ ଶ୍ରମିକଙ୍କ ଉପରେ ପଥର ଖସି ପଡ଼ିଲା। ଗୁରୁବାର ଦିନ କର୍ଣ୍ଣାଟକର ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମାଡାପଟ୍ଟାନା ନିକଟରେ ଏକ ପଥର ଖାଦାନରେ ପଥର ଧସି ପଡ଼ିବା ଫଳରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଗୁରୁବାର ସକାଳେ କାବେରୀ କମ୍ପାନୀର କର୍ମଚାରୀମାନେ ଏକ ବଡ଼ ପଥର ଉପରେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପ୍ରାୟ ୧୦୦ ଫୁଟ୍ ଉଚ୍ଚତାରେ ଏକ କ୍ରେନ୍ ସେହି ସ୍ଥାନ ସଫା କରିବା ପାଇଁ ପଥରକୁ ଉପରକୁ ଉଠାଉଥିଲା। ହେଲେ ହଠାତ ଗୋଟିଏ ବଡ ପଥର ସେଠାରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା। ଏହି ସମୟରେ ଖଣିରେ ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ। ଫଳରେ ଏକ ବଡ଼ ପଥର ଖସିପଡ଼ି ତଳେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା।

ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ସମୟରେ ଖାଦାନରେ ୧୫ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ।

ପୋଲିସର ସୂଚନା ଅନୁଯାୟୀ,ଦୁର୍ଘଟଣାରେ ପ୍ରାଣ ହରେଇଥିବା ସମସ୍ତ ସାତ ଜଣ ଶ୍ରମିକ ବିହାରର ବୋଲି ଜଣାପଡିଛି। ସେମାନେ କହିଛନ୍ତି ଯେ ଶ୍ରମିକମାନେ ପଥର ତଳେ ଫସି ଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ମୃତକଙ୍କ ସଠିକ୍ ସଂଖ୍ୟା ଯାଞ୍ଚ କରାଯାଉଛି ।

ଏହି ଦୁଃଖଦ ଦୁର୍ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.