ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । କୋହଲି ଭାରତୀୟ ଟିମରେ ସାମିଲ ହୋଇଛନ୍ତି । ଅବଶ୍ୟ ସିରିଜ ଖେଳିବା ପାଇଁ ତାଙ୍କୁ ଫିଟନେସ କ୍ଲିୟରାନ୍ସ ଦେବାକୁ ପଡିବ । ପୂର୍ବ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ସହ କରୁଥିବା ବ୍ୟାଟିଂ ଅଭ୍ୟାସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଲୀବାଗରେ ସେମାନେ ଅଭ୍ୟାସ କରୁଛନ୍ତି ।
୨୦୧୪ରୁ ୧୯ ପର୍ଯ୍ୟନ୍ତ ବାଙ୍ଗର ଭାରତୀୟ ଟିମର ସପୋର୍ଟ ଷ୍ଟାଫ ଥିଲେ । କୋହଲି ତାଙ୍କ ସହ ଯେବେ ବି ଅଭ୍ୟାସ କରିଛନ୍ତି ଫାଇଦାରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଜୁଲାଇ ୧୪ରୁ ଆରମ୍ଭ ହେବ । ଆଇପିଏଲ ୨୦୨୬ ପରେ କୋହଲିଙ୍କ ଏହା ପ୍ରଥମ ଆନ୍ତର୍ଜାତୀୟ ମୁକାବିଲା ହେବ । ନିକଟରେ ଆଫଗାନିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ ଦିନିକିଆ ସିରିଜ ଖେଳିଥିଲେ ମଧ୍ୟ ଆଘାତ ସମସ୍ୟା ଯୋଗୁ କୋହଲି ସ୍ଥାନ ପାଇ ନ ଥିଲେ । ଇଂଲଣ୍ଡ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନcଜର ରହିବ ।