Latest Odisha News

BREAKING NEWS

କଇଁଛ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ଜଣେ ଗିରଫ

ନବରଙ୍ଗପୁର: ଝରିଗାଁ ବନ ବିଭାଗକୁ ବଡ଼ ସଫଳତା। କଇଁଛ ଚୋରାଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ୩୦ କଇଁଛ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। ତେବେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରାଯାଇଥିଲା। ଜଣେ ଫେରାର ହୋଇଯାଇଥିବାବେଳେ ଜଣକୁ ଧରିବାରେ ସଫଳ ହୋଇଛି ବନ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଇଘର ବ୍ଲକ ଛାତାବେଡା ଗାଁର ପ୍ରଶଞ୍ଜିତ କର୍ମକାର।

ବନ ବିଭାଗ ଖବର ପାଇଥିବାବେଳେ କଂଗ୍ରାସ ସେକ୍ସନ କାର୍ଯ୍ୟାଳୟ ନିକଟରେ ଜଗି ବସିଥିଲେ । ଦୁଇଜଣ ଗୋଟିଏ ବାଇକରେ ବସ୍ତାରେ କଇଁଛ ଧରି ଆସୁଥିବାବେଳେ ମାଡ଼ି ବସିଥିଲା ବନ ବିଭାଗ । ଜଣେ ବାଇକ ଧରି ଫେରାର ହୋଇଥିବା ବେଳେ ଆଉ ଜଣେ ଧରା ପଡ଼ିଥିଲେ । ତାଙ୍କ ନିକଟରୁ ୩୦ଟି କଇଁଛ ଉଦ୍ଧାର କରାଯାଇଥିଲା । ତେବେ ଖସି ଯାଇଥିବା ଯୁବକଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି ନବରଙ୍ଗପୁର ଏସଟିଏଫ ଦିବ୍ୟା ମାଧୁରୀ ସେଠୀ ।

ଏହିସବୁ କଇଁଛକୁ କନ୍ଧମାଳରୁ ଆଣି ନବରଙ୍ଗପୁର ଜିଲ୍ଲାରେ ବିକ୍ରି କରାଯାଉଥିଲା । ତେବେ ଏହି କଇଁଛ ଚାଲାଣ ରାକେଟକୁ ଧରିବା ପାଇଁ ଏସିଏଫ୍ ଦିବ୍ୟା ମାଧୁରୀ ସେଠୀଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଥିଲା। ଏଥିରେ ଥିଲେ ରେଞ୍ଜର ସୁଶାନ୍ତ କୁମାର ସିଂ, କଂଗ୍ରା ସେକସନ ଫରେଷ୍ଟର ମନୋରଞ୍ଜନ ନାୟକ ଏବଂ ଗାର୍ଡ , ରମାକାନ୍ତ ସାହୁ ଅପରେସନରେ ସାମିଲ ହୋଇ କଇଁଛ ଜବତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.