Latest Odisha News

BREAKING NEWS

ଶତକ ହାସଲ କରିବା ପରେ ଟେଲର କାହିଁକି ଜିଭ କାଢ଼ନ୍ତି ଆସନ୍ତୁ ଜାଣିବା

ହାମିଲଟନ: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଶତକ ହାସଲ ପରେ ଖୁସି ମନାଇବା ଢ଼ଙ୍ଗ ଟିକେ ନିଆରା । ଅନ୍ୟମାନଙ୍କ ପରି ସେ ବ୍ୟାଟ ଟେକିଥିଲେ ମଧ୍ୟ ଜିଭ କାଢ଼ିବା ଭୁଲି ନ ଥାନ୍ତି ।

ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି ଘଟଣା ପିଲାବେଳୁ ମୋ ସହିତ ଜଡିତ । ଜୁନିୟର ଲେଭଲ କ୍ରିକେଟରେ କ୍ୟାଚ ଡ୍ରପ ହେବା ପରେ ଯଦି ଶତକ ହାସଲ କରୁଥିଲି ତା’ହେଲେ ଜିଭ କାଢ଼ୁଥିଲା । ଆସ୍ତେ ଆସ୍ତେ ଏହି ଅଭ୍ୟାସ କମି ଯାଇଥିଲା । ମାତ୍ର ବାପା ହେବା ପରେ ମୋ ପୁଅ ମୋ ପରି ଖୁସି ହେଲେ ଜିଭ ବାହାରକୁ କାଢ଼ୁଛି ।

ଏହା ଦେଖିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିବା ପରେ ମୁଁ ଜିଭ କାଢ଼ିଥାଏ । ଯାହାକୁ ଟିଭିରେ ଦେଖି ମୋ ପୁଅ ଖୁସି ହେଇଥାଏ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଟେଲରଙ୍କ ଧୂଆଁଧାର ଇନିଂସ ବଳରେ ଭାରତ ପ୍ରଥମ ଦିନିକିଆରେ ବଡ ସ୍କୋର କରିବା ସତ୍ୱେ ପରାଜିତ ହୋଇଥିଲା ।

Leave A Reply

Your email address will not be published.