Latest Odisha News

BREAKING NEWS

ରାଜଧାନୀରେ ଆତଙ୍କ: ପୁଣି ବୁଲିଲା ଭୁଜାଲି-ଖଣ୍ଡା, ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ବିହାର ଏବଂ ଇଶାନେଶ୍ୱର ବସ୍ତିରେ ଦୁର୍ବୃତ୍ତ ମାନେ ଆତଙ୍କ ଖେଳାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାତି ଅଧରେ ବୁଲିଲା ଭୁଜାଲି-ଖଣ୍ଡା। ଯାହାକୁ ଦେଖିଲେ ତାକୁ ହାଣିବାକୁ ଗୋଡ଼ାଇଥିଲେ । ବୁଦ୍ଧ ବିହାର ସମ୍ପାଦକଙ୍କ ପୁଅକୁ ୧୫ରୁ ଅଧିକ ମୁଖା ପିନ୍ଧା ଦୁର୍ବୃତ୍ତ କରିଥିଲେ ଆକ୍ରମଣ। ଶୁଭମ ସ୍ୱରାଜ ନାମକ ଯୁବକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସିସିଟିଭି ଫୁଟେଜରେ ସମସ୍ତ ଘଟଣା କଏଦ୍ ହୋଇଛି। କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ଦୁଇ ଦିନରେ ସମାନ ଅଞ୍ଚଳରେ ଦୁଇଥର ଗ୍ୟାଙ୍ଗ ୱାର ହେଲାଣି । ୧୫ରୁ ଅଧିକ ଯୁବକ ହାତରେ ଖଣ୍ଡା ଭୁଜାଲି ନେଇ ଆସିଲେ। ଦୁଇ ଜଣଙ୍କୁ ହାଣିଦେଇ ଫେରାର ହୋଇଗଲେ। ୧୫ରୁ ଅଧିକ ମୁଖା ପିନ୍ଧା ଦୁର୍ବୃତ୍ତ ହାତରେ ଖଣ୍ଡା ଭୁଜାଲି ଧରି ରାତି ସାଢେ ୯ଟା ବେଳେ ବୁଦ୍ଧ ବିହାର ଭିତରକୁ ପ୍ରବେଶ କରିଥିଲେ। ଯାହାକୁ ପାଇଲେ ତାକୁ ପିଟିଥିଲେ ହାଣିଥିଲେ। ଦିନକ ତଳେ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ହାଣିଥିବା ବେଳେ ଗତକାଲି ପ୍ରତିଶୋଧ ନେବା ପାଇଁ ସେହି ଗୋଷ୍ଠୀ ଆସି ହାଣିଥିବା ସୂଚନା ରହିଛି ।

Leave A Reply

Your email address will not be published.