Latest Odisha News

BREAKING NEWS

ପ୍ରଶାସନର ଅବହେଳା! ରାଜଧାନୀରେ ପୁଣି ଡ୍ରେନ୍ ନେଲା ଜୀବନ…

ଭୁବନେଶ୍ବର: ମୌସୁମୀ ବର୍ଷାରେ ବେହାଲ ରାଜଧାନୀ । ୩ ଦିନ ହେବ ବର୍ଷା ଜାରି ରହିଥିବା ବେଳେ ଭିଜୁଛି ପୁରା ସହର । ଶୁକ୍ରବାର ଠାରୁ ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ଭୁବନେଶ୍ବରରେ ଭୁଷୁଡିଛି ଡ୍ରେନେଜ ଭିତ୍ତିଭୂମି । ଏହି ସମୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆଜି ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି ।

ଡ୍ରେନଟି ଖୋଲା ଥିବାରୁ ଏବଳି ଘଟଣା ଘଟିଥିବା କୁହାଯାଉଛି । ଏନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେମାନେ ବିଏମସି କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ତେବେ ବ୍ୟକ୍ତିଜଣଙ୍କ ବାଣୀବିହାର ଛକ ନିକଟ ଦେଇ ଯାଉଥିବା ସମୟରେ ଅନ୍ଧାର ଓ ଖୋଲା ଡ୍ରେନ୍ ଯୋଗୁଁ ତଳକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାଣୀବିହାର ଅଞ୍ଚଳରେ ବର୍ଷ ବର୍ଷ ଧରି ଖୋଲା ଡ୍ରେନ୍ ଓ ମ୍ୟାନ୍‌ହୋଲ୍ ସମସ୍ୟା ରହିଆସିଛି । ବର୍ଷା ଋତୁରେ ଏପରି ଦୁର୍ଘଟଣା ବାରମ୍ବାର ଘଟୁଛି, କିନ୍ତୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି । ସ୍ଥାନୀୟ ଲୋକେ ବାରମ୍ବାର ବିଏମସି କମିଶନର ଓ ମେୟରଙ୍କୁ ଭେଟି ରାସ୍ତା ଓ ଡ୍ରେନ୍ ସମସ୍ୟା ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରିନାହିଁ । ପୂର୍ବରୁ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଡ୍ରେନ୍ ରେ ପଡି ଶିଶୁ ଓ ଯୁବକଙ୍କ ଜୀବନ ଯାଇଛି ।

Leave A Reply

Your email address will not be published.