Latest Odisha News

BREAKING NEWS

ଫିଫା ବିଶ୍ୱକପ: ବିଜୟ ଉତ୍ସବ ପାଳନ ଅବସରରେ ହାତ ଭାଙ୍ଗିଦେଲେ ହ୍ୟାଣ୍ଡେରସନ, ବାକି ମ୍ୟାଚରୁ ଓହରିଲେ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲ ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ମିଡଫିଲ୍ଡର ଜୋର୍ଡାନ ହ୍ୟାଣ୍ଡରସନ ଆଘାତପ୍ରାପ୍ତ ହୋଇ ବିଶ୍ୱକପର ବାକି ମ୍ୟାଚରୁ ଓହରି ଯାଇଛନ୍ତି । ରାଉଣ୍ଡ ଅଫ ୧୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମେକ୍ସିକୋ ବିପକ୍ଷରେ ଇଂଲଣ୍ଡ ବିଜୟ ହାସଲ କରିଥିଲା । ମ୍ୟାଚ ଶେଷ ହେବା ପରେ ହ୍ୟାଣ୍ଡରସନ ସାଥୀ ଖେଳାଳିଙ୍କ ସହ ବିଜୟର ଖୁସୀ ମନାଉଥିଲେ । ଏକ ବିଜ୍ଞାପନ ବୋର୍ଡକୁ ଜମ୍ପ କରିବା ଅବସରରେ ତାଙ୍କ ସନ୍ତୁଳନ ବିଗିଡି ଯାଇଥିଲା । ସେ ତଳେ ପଡି ଯାଇଥିଲେ । ବାମ ହାତରେ ଗୁରୁତର ଆଘାତ ଲାଗିଥିଲା ।

ତାଙ୍କୁ ଷ୍ଟ୍ରେଚରରେ ବାହାରକୁ ନିଆଯାଇଥିଲା । ସେଠାରେ ତାଙ୍କ ହାତ ଭାଙ୍ଗି ଯାଇଥିବା ଜଣା ପଡିଥିଲା । ୩୬ ବର୍ଷୀୟ ଜୋର୍ଡାନଙ୍କ ଅସ୍ତ୍ରୋପଚାର ହୋଇପାରେ ବୋଲି ଡାକ୍ତର କହିଛନ୍ତି । ସେ ଚଳିତ ବିଶ୍ୱକପରେ ମାତ୍ର ୬ ମିନିଟ ଖେଳିବା ସୁଯୋଗ ପାଇଛନ୍ତି । ପାନାମା ବିପକ୍ଷ ମ୍ୟାଚରେ ସେ ଶେଷ ମିନିଟରେ ପଡିଆକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ଇଂଲଣ୍ଡ ୩-୨ରେ ମେକ୍ସିକୋକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.