Latest Odisha News

BREAKING NEWS

ବିଜେଡି ଛାଡିଲେ କାଉନସିଲର ସୁବ୍ରତ ସାମଲ;ଇସ୍ତଫାର କାରଣ…

ଚୌଦ୍ୱାର:ବିଜେଡି ଛାଡ଼ିଲେ ଚୌଦ୍ଵାର ୧୨ନମ୍ୱର ୱାର୍ଡର କାଉନସିଲର ସୁବ୍ରତ ସାମଲ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବର୍ତ୍ତମାନର ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସମର୍ଥନ ଜଣାଇ ସେ ଇସ୍ତଫା ଦେଇଥିବା କହିଛନ୍ତି ।

ସେ ଦଳ ଛାଡ଼ିବାର ଅନ୍ୟ ଏକ କାରଣ ମଧ୍ୟ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ପୌରପାଳିକା ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣ ପ୍ରଭା ସାମଲ ତାଙ୍କୁ ଅଣଦେଖା କରୁଛନ୍ତି । ଯେଉଁ କାରଣରୁ କୌଣସି ବିକାଶମୂଳକ କାର୍ଯ୍ୟ ଓ୍ବାର୍ଡରେ ହୋଇପାରୁନି ବୋଲି ସେ କହିଛନ୍ତି । ଏହି କାରଣରୁ ମୁଁ ଦଳରୁ ଇସ୍ତଫା ଦେଉଛି ବୋଲି ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.