ବେଙ୍ଗାଳୁରୁ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ବେଙ୍ଗାଳୁରୁ ଫ୍ରାନ୍ସର ତୋଲଜ ବିଜନେସ ସ୍କୁଲ ସହ ମିଳିତ ସହଭାଗୀତାରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଛି । ଫେବ୍ରୁଆରୀ ୨୨ ତାରିଖରେ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ବିମାନ ଚଳାଚଳର ଭବିଷ୍ୟତ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଗୋଟିଏ ଛାତ ତଳେ ବଡ ବଡ ଉଦ୍ୟୋଗପତି, ନୀତି ନିର୍ଦ୍ଧାରକ ଏବଂ ବିଶାରଦ ମାନେ ଏକାଠି ହୋଇ ସଂପ୍ରତି ବିମାନ ଚଳାଚଳରେ ଉପୁଜୁଥିବା ସମସ୍ୟା, ଚ୍ୟାଲେଂଜ ଏବଂ ଭବିଷ୍ୟତ ବାବଦରେ ଆଲୋଚନା କରିବେ । ଆଇଆଇଏମ୍ ବେଙ୍ଗାଳୁରୁର ନିର୍ଦ୍ଦେଶକ ଜି.ରଘୁରାମ ସମ୍ମିଳନୀର ଉଦଘାଟନ କରିବେ । ଶିକ୍ଷା କାର୍ଯ୍ୟକ୍ରମରେ ବିମାନ ଚଳାଚଳକୁ ନେଇ ଏକ ସାଧାରଣ ପରିଚାଳନା କାର୍ଯ୍ୟକ୍ରମ ସାମିଲ କରିବାକୁ ଆଇଆଇଏମ୍ ଓ ଟିବିଏସ୍ ପ୍ରସ୍ତାବ ଦେଇଛନ୍ତି ।
ବିମାନ ଚଳାଚଳ ସହ ସଂପୃକ୍ତ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଅନ୍ତର୍ଜାତୀୟ ସମ୍ମିଳନୀ ସଚେତନତା ସୃଷ୍ଟି କରିବା ସହ ଏହିକ୍ଷେତ୍ରରେ ରହିଥିବା ସୁଯୋଗ ଏବଂ ଚ୍ୟାଲେଂଜ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ଆଇଆଇଏମ୍ ପ୍ରଫେସର ଏସ ରଘୁନାଥ କହିଛନ୍ତି । ସମ୍ମିଳନୀରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଅମ୍ବର ଦୁବେ, ଏୟାର ଏସିଆ ସିିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସୁନୀଲ ଭାସ୍କରନଙ୍କ ସମେତ ଅନେକ ଉଦ୍ୟୋଗପତି ଓ ବରିଷ୍ଠ ଅଧିକାରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।
BREAKING NEWS
- ପ୍ରଭସିମ୍ରନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ମୁମ୍ବାଇକୁ ୭ ୱିକେଟରେ ହରାଇଲା ପଞ୍ଜାବ
- ଯୁଦ୍ଧ ସତ୍ୱେ ଇରାନ ଖେଳିବ ଫିଫା ବିଶ୍ୱକପ
- ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଣି ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଅଭିଯାନ
- ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ସଂଘ; ସ୍ଵାଭାବିକ ହେଲା ତୈଳ ପରିବହନ
- ବିଶ୍ୱ ସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡ଼ିଶା ସରକାର ଏବଂ ଜିପାଇଗୋ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
- ଲସ୍କର-ଏ-ତୈବା ପ୍ରତିଷ୍ଠାତା ସଦସ୍ୟ ଆତଙ୍କବାଦୀ ଆମିର ହମଜାକୁ ଗୁଳିମାଡ
- Food Poisoning In Odisha School: ୨ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ କଟକ ସ୍ଥାନାନ୍ତର…
- ଟିମ ସହିତ ହାଇଦ୍ରାବାଦ ଗଲେ ଧୋନୀ
- କିଟ ଫ୍ୟାଶନ୍ ଟେକ୍ନୋଲୋଜି ସ୍କୁଲ ଫ୍ୟାଶନ୍ ଶୋ ‘କୀର୍ତ୍ତି କଳ୍ପନା ୨୦୨୬’ ଅନୁଷ୍ଠିତ
- ଦୁଇ ବିମାନ ମଧ୍ୟରେ ଧକ୍କା, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଫଟୋ
Comments are closed.