Latest Odisha News

BREAKING NEWS

kankana:ଆସୁଛି ଆଉ ଏକ ହରର୍ ଫିଲ୍ମ ‘କଙ୍କଣ’; ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ଭୁବନେଶ୍ବର:ଆଉ ଏକ ହରର୍ ଓଡ଼ିଆ ଫିଲ୍ମ ‘କଙ୍କଣ’ଆସୁଛି । ବର୍ତ୍ତମାନ ସମସ୍ତ ତାରକାଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅଭିନେତ୍ରୀ ସୁପ୍ରିୟା ନାୟକ, ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିଛନ୍ତି । ଏହି ଫିଲ୍ମ ପରଦାକୁ ସେପ୍ଟେମ୍ୱର ୧୮ରେ ଆସିବ ।

‘କଙ୍କଣ’ ଫିଲ୍ମ ବିଷୟରେ କହିବାକୁ ଗଲେ,DBMotion Picturez ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜକ ହେଲେ ଦୀପକ ମହାପାତ୍ର ଏବଂ ଭବାନୀ ଶଙ୍କର ସୁବୁଦି । ଅମିତ କୁମାର ଦାଶ ଏହାକୁ ଲେଖିଥିବା ବେଳେ ନିର୍ଦ୍ଦେଶକ ପୃଥ୍ୱୀରାଜ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ସୁପ୍ରିୟା ଓ ସୂର୍ଯ୍ୟମୟୀ ବ୍ୟତୀତ ଅଙ୍କିତା ମହାନ୍ତି ବି ନଜର ଆସିବେ ।

 

 

View this post on Instagram

 

A post shared by Supriya Nayak (@_supriyanayak_)

ନିର୍ମାତାଙ୍କ ସୂଚନା ଅନୁସାରେ,‘କଙ୍କଣ’ ଏକ ରହସ୍ୟ ଓ ସସ୍ପେନ୍ସ ଭରା କାହାଣୀ ଉପରେ ଆଧାରିତ। ଫିଲ୍ମରେ ସୁପ୍ରିୟା ନାୟକ ଏମିତି ଏକ ଚରିତ୍ରରେ ନଜର ଆସିବେ, ଯାହା ତାଙ୍କ ଅଭିନୟ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି। ପୋଷ୍ଟରରେ ତାଙ୍କ ଭିନ୍ନ ଅବତାର ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଛି ।

‘ପୁଷ୍କରା’ ଓ ‘ଶିକାର’ ପରି ସଫଳ ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ପରିଚିତ ସୁପ୍ରିୟା ।

ସୁପ୍ରିୟା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଲୁକ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ପ୍ରଥମରେ ଏକ ଘରର ତାଲାକୁ ନିଆଁ ବାଡିରେ ପିଟୁଥିବାର ଦେଖିବାକୁ ମିଳିଛି । ଏହା ପରେ ଚୌଧୁରୀ ଜୟପ୍ରକାଶ ଦାସଙ୍କୁ ଦେଖିବାକୁ ମିଳେ । ଯିଏ ଏକ ଗାତ ଖୋଳୁଥିବାର ନଜର ଆସନ୍ତି । ଏହା ପରେ ସୁପ୍ରିୟାଙ୍କୁ ଏକ ଗାଉଁଲି ଝିଅ ଭାବେ ଦେଖିବାକୁ ମିଳେ । ଏହା ପରେ ଏକ ଝିଅ ଦେଖିବାକୁ ମିଳେ ଯିଏ ଚିତ୍କାର କରି ଉଠି ଆସନ୍ତି । ତାପରେ ଫିଲ୍ମର ଶୀର୍ଷକ ପ୍ରଦର୍ଶିତ ହୁଏ ।ଏହି ଭିଡିଓକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ଖୁବ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.