Latest Odisha News

BREAKING NEWS

ଇଲିସି ଧରିବାକୁ ଯାଇ ସପ୍ତାହେ ହେଲା ୧୫ ମତ୍ସ୍ୟଜୀବୀ ନିଖୋଜ;ରହିଛନ୍ତି ୩ ଓଡ଼ିଆ

ଚନ୍ଦନେଶ୍ୱର:ସପ୍ତାହେ ହେଲାଣି ୧୫ଜଣ ମତ୍ସ୍ୟଜୀବୀଙ୍କ ମିଳୁନାହିଁ ପତ୍ତା । ସେମାନଙ୍କ ମଧ୍ୟରେ ଓଡ଼ିଶାର ୩ଜଣ ଥିବା ଜଣାପଡିଛି । ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଲୁଡା ଗାଁର ଗୋଟିଏ ପରିବାରର ୩ ଭାଇ ନିଖୋଜ ରହିଛନ୍ତି । ତେବେ ଉଦ୍ଧାର ଏବଂ ତଦନ୍ତ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ତଥା ପୂର୍ବତନ ବିଧାୟକ ସ୍ୱଦେଶ ରଞ୍ଜନ ନାୟକ ।

ସୂଚନାନୁଯାୟୀ, ଗତ ୨ ତାରିଖ ଗୁରୁବାର ମା’ କାଳୀ ନାମକ ଏକ ମାଛ ଧରା ଟ୍ରଲର ଇଲିସି ଧରିବା ଜାଲ ନେଇ ସମୁଦ୍ରକୁ ଯାଇଥିଲେ । ଟ୍ରଲର ମାଲିକ ଦେଉଳୀ ବାଂଲା ଅଞ୍ଚଳର ଅଭିଜିତ ବେରାଙ୍କ ନିର୍ଦ୍ଦେଶ କ୍ରମେ ୧୫ ଜଣ ମତ୍ସ୍ୟଜୀବୀ ଇଲିସି ସନ୍ଧାନରେ ଯାଇଥିଲେ । ମାତ୍ର ଘଟଣାକୁ ଏକ ସପ୍ତାହ ବିତିଗଲାଣି କିନ୍ତୁ ଉକ୍ତ ମତ୍ସ୍ୟଜାବୀଙ୍କ କୌଣସି ଯୋଗାଯୋଗ କରାଯାଇ ପାରୁନାହିଁ । ଯାହାକୁ ନେଇ ଟ୍ରଲର ମାଲିକଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟଜୀବୀଙ୍କ ପରିବାର ଚିନ୍ତାରେ ଅଛନ୍ତି । ପରିବାରବର୍ଗ ଏବଂ ମତ୍ସ୍ୟଜୀବୀ ସଂଘ ଆକୁଳ ନିବେଦନ କରିଛି ଯେ,   ଉଭୟ ଜଳ, ଆକାଶ ପଥ ଯୋଗେ ପତ୍ତା ମିଳୁନଥିବା ମତ୍ସ୍ୟଜୀବୀଙ୍କ ସନ୍ଧାନ କରାଯାଉ ।

ଏପଟେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା କାର୍ଯ୍ୟରେ ନୌସେନାର ହେଲିକପ୍ଟର ନିୟୋଜିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.