Latest Odisha News

BREAKING NEWS

ହ୍ରାସ ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ବନ୍ଦ ହେଲା ଆଉ ଗୋଟିଏ ସ୍ଲୁଇସ୍ ଗେଟ୍‌

ସମ୍ବଲପୁର: ଉପରମୁଣ୍ଡରେ କମିଛି ବର୍ଷାର ପରିମାଣ । ତେଣୁ ଏବେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ହ୍ରାସ ପାଇଛି । ଏନେଇ ଆଜି ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ବନ୍ଦ କରାଯାଇଛି । ଏହାକୁ ମିଶାଇ ୮ଟି ସ୍ଲୁଇସ୍ ଗେଟ୍‌ ବନ୍ଦ କରାଯାଇଥିବାବେଳେ, ମାତ୍ର ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ଉପରମୁଣ୍ଡରୁ ପ୍ରତି ସେକେଣ୍ଡ୍ରେ ମାତ୍ର ୬୦ ହଜାର ୪୪୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସ୍ପିଲୱେ, ପାୱାର କେନାଲ, ଶାସନ ଓ ବରଗଡ କେନାଲ ମାଧ୍ୟମରେ ମୋଟ୍ ୭୩ ହାଜର ୭୮୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରରେ ଜଳସ୍ତର ୬୧୧.୫୪ ଫୁଟ ରହିଥିବା ବେଳେ ଏହା କ୍ରମଶଃ ହ୍ରାସ ପାଉଛି । କେବଳ ସ୍ଲୁଇସ୍ ଗେଟ୍ ମାଧ୍ୟମରେ ପ୍ରାୟ ୪୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

୯ ତାରିଖ ପୂର୍ବାହ୍ନରେ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା । ସେତେବେଳେ ଜଳଭଣ୍ଡାର ସ୍ତର ପ୍ରାୟ ୬୧୫ ଫୁଟ୍ ଥିଲା । ଅନ୍ୟପଟେ ନଦୀବନ୍ଧରୁ ନିଷ୍କାସିତ ହୋଇଥିବା ବର୍ଷର ପ୍ରଥମ ବନ୍ୟାଜଳ ଶନିବାର ଅପରାହ୍ନରେ ମୁଣ୍ଡୁଳିରେ ପହଞ୍ଚିଥିଲା ।

Leave A Reply

Your email address will not be published.