ଭୁବନେଶ୍ବର: ବିଜେଡି ଛାଡିବା ପରେ ଆଜି ପଦ୍ମ ଧରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ପ୍ରଭାତ ପଦ୍ମ ଧରିବା ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେ କହିଛନ୍ତି ଯେ, ପ୍ରଭାତ ବାବୁ ବିଜେପିରେ ମିଶିବା ବିଜେଡିରେ ଭୁକମ୍ପ ସୃଷ୍ଟି କରିଛି । ଗତ ୬ ଦିନ ହେଲା ବିଜେଡି ନେତା କଟକରେ ଡେରା ପକାଇଛନ୍ତି । କେହି ଯେମିତି ନ ଯିବେ ସେନେଇ ଚେଷ୍ଟା କରୁଛନ୍ତି । ଯେତେ ବନ୍ଧ ବାନ୍ଧିଲେ ବି କାଠଯୋଡ଼ି ଦେଇ ପାଣି ଭାଜପା କାର୍ଯ୍ୟାଳୟରେ ପଶିଛି ।
ଲୋକେ ଆଉ ବିଜେଡିକୁ ଚାଁହୁ ନାହାନ୍ତି, ଆମ ସରକାର ଲୋକଙ୍କ ସରକାର । କଥା ଦେଇ କଥା ରଖିବା ସହ କଥା ଦେଇ କଥା ରଖିଥିବା ସରକାର ପାଖକୁ ଆସିଛନ୍ତି ପ୍ରଭାତ ବାବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।