Latest Odisha News

BREAKING NEWS

Railway project: କେନ୍ଦ୍ର କ୍ୟାବିନେଟରେ ୨ରେଳ ପ୍ରକଳ୍ପକୁ ଅନୁମୋଦନ; ପାରାଦୀପ-ହରିଦାସପୁର ଦୋହରୀକରଣ ସହ…

ଭୁବନେଶ୍ବର:ଓଡ଼ିଶା ରେଲୱେକୁ ଡବଲ୍ ଉପହାର । କେନ୍ଦ୍ର କ୍ୟାବିନେଟରେ ଓଡିଶାର ଦୁଇଟି ରେଳ ପ୍ରକଳ୍ପକୁ ମିଳିଲା ଅନୁମତି । ମଞ୍ଜୁରି ପାଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ପାରାଦୀପ–ହରିଦାସପୁର ରେଳପଥର ଦ୍ୱୈତୀକରଣ ଏବଂ ରାଜଖରସୁଆଁ–ଡାଙ୍ଗୋପୋଷି ରୁଟ୍‌ରେ ଚତୁର୍ଥ ରେଳ ଲାଇନ୍‌ ନିର୍ମାଣ । ୧୪୫ କିମି ବିଶିଷ୍ଟ ଏହି ଦୁଇ ରେଳ ପ୍ରକଳ୍ପର ମୋଟ ଅଟକଳ ହେଉଛି ୩୯୦୭ କୋଟି ଟଙ୍କା।୨୦୩୦-୩୧ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।

ଓଡ଼ିଶା ଓ ଝାଡ଼ଖଣ୍ଡର ଚାରିଟି ଜିଲ୍ଲା ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ। ଏଥି ସହିତ ଲଳିତଗିରି ବୌଦ୍ଧ କମ୍ପ୍ଲେକ୍ସ, ଶ୍ରୀ ବଳଦେବଜିଉ ମନ୍ଦିର ଓ ମେଘହାତୁବୁରୁ ପାହାଡ଼ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ରେଳ ସଂଯୋଗରେ ଉନ୍ନତି ହେବ। ଦୁଇ ପ୍ରକଳ୍ପ ଦ୍ବାରା ୧୫୨୬ଟି ଗାଁର ୧୪ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ।

ଏ ସମ୍ପର୍କରେ‌ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ବାରା ଗମନାଗମନରେ ଉନ୍ନତି ହେବ। ଅଧିକ ରେଳପଥ ବିକାଶ କରାଯିବା ପରେ ଏହି ରୁଟ୍‌ଗୁଡ଼ିକରେ ହେଉଥିବା ଭିଡ଼ ହ୍ରାସ ପାଇବ। ପିଏମ୍‌ ଗତିଶକ୍ତି-ଜାତୀୟ ମାଷ୍ଟର ପ୍ଲାନ୍‌ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ପରିବହନ ଓ ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଘଟିବ।

ଏହାଛଡ଼ା ପ୍ରକଳ୍ପ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୬ କୋଟି ଲିଟର ତୈଳ ସଞ୍ଚୟ, ୨୯ କୋଟି କିଲୋଗ୍ରାମ କାର୍ବନ ନିର୍ଗମନ ହ୍ରାସ ଏବଂ ପ୍ରାୟ ୧ କୋଟି ଗଛ ଲଗାଇବା ଆଦି ଲାଭ ମିଳିବ । ଏହି ପ୍ରକଳ୍ପ ଦେଶର ପରିବହନ ଓ ସାମଗ୍ରୀ ପରିଚାଳନା ଖର୍ଚ୍ଚ କମାଇବା ସହ ଶିଳ୍ପ, ବାଣିଜ୍ୟ ଓ ଆଞ୍ଚଳିକ ଆର୍ଥିକ ବିକାଶକୁ ନୂଆ ଗତି ଦେବ । ଯାହା ଫଳରେ ସ୍ଥାନୀୟ ଅଂଚଳ ଆହୁରି ବିକାଶ ହୋଇପାରିବ ।

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କର ନିରନ୍ତର ସମର୍ଥନ ଏବଂ ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.