Latest Odisha News

BREAKING NEWS

ରଣଜୀ ମ୍ୟାଚ : ମହାରାଷ୍ଟ୍ର ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ଭୁବନେଶ୍ୱର : ରଣଜୀ ଟ୍ରଫି କ୍ରିକେଟର ଗ୍ରୁପ ସି’ର ଏକ ମ୍ୟାଚରେ ଓଡିଶା ୧୦ ଉଇକେଟରେ ମହାରାଷ୍ଟ୍ର ନିକଟରୁ ପରାଜିତ ହୋଇଛି । ପୁଣେଠାରେ ଅନୁଷ୍ଠିତ ଏହି ମ୍ୟାଚରେ ମହାରାଷ୍ଟ୍ର ଦ୍ୱିତୀୟ ଇନିଂସରେ ଆବଶ୍ୟକ ବିଜୟ ଲକ୍ଷ୍ୟ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା ।

ରାହୁଲ ତ୍ରିପାଠୀ ୨୧ଞ୍ଚ ଓ ଅଙ୍କିତ ବାୱେନ ୧୪ଞ୍ଚ ରନ କରିଥିଲେ । ପୂର୍ବରୁ ଓଡିଶା ପ୍ରଥମ ଇନିଂସରେ ୨୯୩ ରନ କରିଥିଲା । ଜବାବରେ ମହାରାଷ୍ଟ୍ର ୫ ଉଇକେଟ ବିନିମୟରେ ୫୪୩ ରନ କରି ଇନିଂସ ଘୋଷଣା କରିଥିଲା ।

ଦ୍ୱିତୀୟ ଇନିଂସରେ ଓଡିଶା ୨୮୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଗୋବିନ୍ଦ ପୋଦ୍ଦାର ୧୧୮ ଓ ଅନୁରାଗ ଷଡଙ୍ଗୀ ୭୩ ରନ କରିଥିଲେ ।

Leave A Reply

Your email address will not be published.