ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଏବଂ ସୁନ୍ଦରୀ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ସିଙ୍ଗାପୁରର ଜଣେ ଜଣାଶୁଣା ବ୍ୟବସାୟୀ ୱିଲିୟମ୍ ଇସମାଏଲଙ୍କୁ ବିବାହ କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ସ୍ୱପ୍ନର ବିବାହର ଏକ ସୁନ୍ଦର ଏବଂ ରୋମାଣ୍ଟିକ ଭିଡିଓ ସେୟାର କରିଛନ୍ତି।
ଏହି ସ୍ୱପ୍ନର ଭିଡିଓ ସେୟାର କରି ଜେନିଫର ଏକ ସୁନ୍ଦର ଏବଂ ହୃଦୟସ୍ପର୍ଶୀ କ୍ୟାପସନ ମଧ୍ୟ ଲେଖିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଏବଂ ସମସ୍ତେ ନବ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତେବେ ଏହା ହେଉଛି ଜେନିଫରଙ୍କ ଦ୍ୱିତୀୟ ବିବାହ। ୨୦୧୨ ମସିହାରେ ଜେନିଫର ୱିଙ୍ଗେଟ୍, କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। କିନ୍ତୁ ଦୁଇ ବର୍ଷ ମଧ୍ୟରେ ସେମାନଙ୍କର ଛାଡପତ୍ର ହୋଇଥିଲା। କୁହାଯାଏ ଯେ କରଣ, ଜେନିଫରଙ୍କୁ ଧୋକା ଦେଇଥିଲେ।