Latest Odisha News

BREAKING NEWS

ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ ହେବା ପାଇଁ ରୋହିତ ଦେଇଥିଲେ ପ୍ରସ୍ତାବ

ନୂଆଦିଲ୍ଲୀ: ରୋହିତ ଶର୍ମା ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଥିବା ମତଭେଦକୁ ଅଧିକାଂଶ କ୍ରିକେଟପ୍ରେମୀ ଜାଣିଛନ୍ତି । ଗମ୍ଭୀର ଭାରତୀୟ ଦଳର କୋଚ ଦାୟିତ୍ୱ ତୁଲାଇବା ପରଠାରୁ ଗୋଟିଏ ପରେ ଗୋଟିଏ ବିବାଦୀୟ ଘଟଣା ସମ୍ମୁଖକୁ ଆସୁଛି । ଏବେ ଇଂଲଣ୍ଡ ଗସ୍ତରେ ରୋହିତ ଅବସର ନେଇଯିବେ ବୋଲି ଆଲୋଚନା ଜୋର ଧରିଥିଲା । ଶେଷରେ କିନ୍ତୁ ଏହାକୁ ବିସିସିଆଇ ପକ୍ଷରୁ ମନା କରାଯାଇଥିଲା । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ ହେବା ପାଇଁ ରୋହିତ ପ୍ରସ୍ତାବ ଦେଇଥିଲେ । ୱାଙ୍ଖେଡରେ କୋଲକତା ନାଇଟ ରାଇଡର୍ସ ମ୍ୟାଚ ଅବସରରେ ରୋହିତ ତାଙ୍କୁ ଭେଟିଥିଲେ । ଭାରତୀୟ ଟିମର କୋଚ ହେବା ପାଇଁ ଆପଣ ଚେଷ୍ଟା କରନ୍ତୁ ବୋଲି ସେ କହିଥିଲେ ।

ଗମ୍ଭୀର ହସି କରି କହିଥିଲେ ତୁମେ ଯଦି ଅଧିନାୟକ ରହିବ ତେବେ ମୁଁ ଏହି ଦାୟିତ୍ୱ ତୁଲାଇବାକୁ ପଛଘୁଂଚା ଦେବିନି । ରୋହିତଙ୍କ ଜଣେ ନିକଟତମ ବନ୍ଧୁ ତାଙ୍କୁ ଗମ୍ଭୀରଙ୍କୁ ନେଇ ସତର୍କ କରାଇଥିଲେ । ପରେ ଗମ୍ଭୀର ଭାରତୀୟ ଦଳର କୋଚ ହେବା ପରଠାରୁ ରୋହିତ ଓ ବିରାଟ କୋହଲିଙ୍କ ସହ ମତଭେଦ ଲାଗି ରହିଛି । ଉଭୟ ଟେଷ୍ଟ ଏବଂ ଟି୨୦ ଅବସର ନେଇ ସାରିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଉଭୟଙ୍କ ସ୍ୱପ୍ନ ରହିଛି । କୋହଲି ଭଲ ପ୍ରଦର୍ଶନ କରି ନିଜ ସ୍ଥାନ ସୁରକ୍ଷିତ ରଖିଥିବା ବେଳେ ରୋହିତ ପଛରେ ପଡି ଯାଇଛନ୍ତି । ଖରାପ ଫର୍ମ ଯୋଗୁ ରୋହିତ ସିଡନୀ ଟେଷ୍ଟରେ ନିଜକୁ ବାହାରେ ରଖିଥିଲେ । ପରେ ଏକ ସାକ୍ଷାତକାରରେ ସେ କହିଥିଲେ ମୁଁ ଦୁଇଟି ଛୁଆର ବାପା, ଭଲ ଭାବେ ଜାଣିଛି କଣ କରୁଛି । ଏହା ପରଠାରୁ ଗମ୍ଭୀର ଓ ରୋହିତ ବିବାଦ ନୂଆ ଅଧ୍ୟାୟ ସୃଷ୍ଟି କରି ଚାଲିଛି ।

Leave A Reply

Your email address will not be published.