Latest Odisha News

BREAKING NEWS

ଆୟୋଜିତ ହେବାକୁ ଯାଉଛି ୩୨ ବର୍ଷରେ ସବୁଠାରୁ ଛୋଟ ରାଜ୍ୟଗୋଷ୍ଠୀ କ୍ରୀଡା

ନୂଆଦିଲ୍ଲୀ : ଆଉ କିଛି ଘଂଟା ପରେ ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡାର ୨୩ତମ ସଂସ୍କରଣ ୨୩ ଜୁଲାଇରୁ ୨ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ୩୨ ବର୍ଷ ପରେ ଏହା ସବୁଠାରୁ ଛୋଟ ରାଜ୍ୟଗୋଷ୍ଠୀ କ୍ରୀଡା ହେବ । ମାତ୍ର ୧୦ଟି କ୍ରୀଡାରେ ପ୍ରତିଯୋଗୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ । ୧୨ ବର୍ଷ ମଧ୍ୟରେ ୨ ଥର ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିବାରେ ସ୍କଟଲାଣ୍ଡ ୨ୟ ଦେଶ ହେବ । ପୂର୍ବରୁ ୨୦୦୬ ଓ ୨୦୧୮ରେ ଅଷ୍ଟ୍ରେଲିଆ ଏହାକୁ ଆୟୋଜିତ କରିଥିଲା । ୨୦୨୬ କ୍ରୀଡା ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଆୟୋଜିତ ହେବାକୁ ଥିଲା । ଏଥିରେ ୨୧ କ୍ରୀଡା ସାମିଲ ହେବ ବୋଲି ଚୂଡାନ୍ତ ହୋଇଥିଲା । ୧୮ ଜୁଲାଇ ୨୦୨୩ରେ ହଠାତ ସ୍ଥାନୀୟ ସରକାର ଏହାକୁ ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଥିଲେ ।

୧୧ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ କୌଣସି ଆୟୋଜକ ସମ୍ମୁଖକୁ ଆସି ନ ଥିଲେ । ଶେଷରେ ଗ୍ଲାସଗୋ ରାଜି ହୋଇଥିଲା । ଶେଷରେ ମାତ୍ର ୧୦ଟି ଖେଳ ଆୟୋଜନ ହେବ ବୋଲି ସ୍ଥିର ହୋଇଥିଲା । ୧୯୯୪ରେ ୧୦ଟି ଗେମ୍ସ ଖେଳା ଯାଇଥିଲା । ଗ୍ଲାସଗୋରେ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ, ଆଥଲେଟିକ୍ସ ଓ ପାରା ଆଥଲେଟିକ୍ସ, ବଲ୍ସ ଓ ପାରା ବଲ୍ସ, ବକ୍ସିଂ, ଟ୍ରାକ ସାଇକ୍ଲିଂ ଓ ପାରା ଟ୍ରାକ ସାଇକ୍ଲିଂ, ନେଟବଲ, ଜୁଡୋ, ସନ୍ତରଣ ଓ ପାରା ସନ୍ତରଣ, ୱେଟଲିଫ୍ଟିଂ ଓ ପାରା ୱେଟଲିଫ୍ଟିଂ ଏବଂ ୩ ଗୁଣନ ୩ ବାସ୍କେଟବଲ ଓ ୩ ଗୁଣନ ୩ ହ୍ୱିଲଚେୟାର ବାସ୍କେଟବଲ ଖେଳାଯିବ ।

Leave A Reply

Your email address will not be published.