Latest Odisha News

BREAKING NEWS

୨୦ ଦିନ ଧରି ଜଳବନ୍ଦୀରେ ଗ୍ରାମବାସୀ; ସ୍ଥାୟୀ ସମାଧାନ କରିବାକୁ ଦାବି…

ଛେଣ୍ଡିପଦା:ଗାଁ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି। ପ୍ରାୟ ୨୦ ଦିନ ଧରି ଜମି ରହିଥିବା ପାଣି ଯୋଗୁଁ ଦୁର୍ଗନ୍ଧ ସୃଷ୍ଟି ହେଲାଣି । ଏପରି ସମସ୍ୟାରେ ଘେରରେ ରହିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନୂଆଗାଁ ପଞ୍ଚାୟତର ତେଳିସାହିର ବାସିନ୍ଦା । ଏହା ଫଳରେ ପ୍ରାୟ ୧୫୦ ପରିବାର ଯାତାୟାତ ଓ ଦୈନନ୍ଦିନ ଜୀବନରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସୂଚନାଥାଉକି, ସାମାନ୍ୟ ବର୍ଷା ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ପ୍ରାୟ ୨୦ ଦିନ ଧରି ପାଣି ନିଷ୍କାସନ ନ ହେବାରୁ ଦୁର୍ଗନ୍ଧ ସୃଷ୍ଟି ହେଉଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସମସ୍ୟା ନେଇ ବ୍ଲକ୍ ବିଡିଓ ଓ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ବର୍ଷାଦିନରେ ଏହି ଅବସ୍ଥା ଅଧିକ ଗୁରୁତର ହେଉଥିବାରୁ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି।ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରି ରାସ୍ତାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.