Latest Odisha News

BREAKING NEWS

ଭାରତରେ ଟିମଇଣ୍ଡିଆ ବିପକ୍ଷରେ ସିରିଜ ଆୟୋଜନ କରିବ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଗତମାସରେ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳା ଯାଇଥିଲଶ । ଆଫଗାନିସ୍ତାନ ଟିମ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିପାରି ନ ଥିଲା । ପୂର୍ନବାର ଉଭୟ ଟିମ ମଧ୍ୟରେ ଆଉ ଏକ ସିରିଜ ଦେଖିବାକୁ ମିଳିପାରେ । ସେପ୍ଟମ୍ବରରେ ଉଭୟ ଦେଶ ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯିବା ନେଇ ଯୋଜନା ପ୍ରସ୍ତୁତି କରାଯାଇଛି । ଆଫଗାନିସ୍ତାନ ଏହାକୁ ଆୟୋଜନ କରିବ । କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ୩ଟି ମ୍ୟାଚ ଖେଳାଯାଇପାରେ ।

ଆଫଗାନିସ୍ତାନ ଭାରତରେ ଏହା ପୂର୍ବରୁ ଲକ୍ଷ୍ନୌ, ଡେରାଡୁନ ଓ ଗ୍ରେଟରନୋଏଡାରେ ମ୍ୟାଚ ଖେଳିସାରିଛି । ଶ୍ରୀଲଙ୍କା ଗସ୍ତ ଓ ଏସିଆନ ଗେମ୍ସ ମଧ୍ୟରେ ଏହି ସିରିଜ ଖେଳିବା ପାଇଁ ପ୍ରସ୍ତାବ ଦିଆଯାଇଛି । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇ ନାହିଁ । ଧଳାବଲ କ୍ରିକେଟରେ ଭାରତୀୟ ଟିମର ପ୍ରଦର୍ଶନ ନିକଟରେ ନୈରାଶ୍ୟଜନକ ରହିଛି । ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଭାରତ ଶୋଚନୀୟ ଭାବେ ସିରିଜ ପରାଜୟବରଣ କରିଛି ।

Leave A Reply

Your email address will not be published.