Latest Odisha News

BREAKING NEWS

ସୁରକ୍ଷା ଚେକ୍‌ପୋଷ୍ଟ ଉପରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୨ ପାକିସ୍ତାନୀ ସେନା ସମେତ ୧୫ ମୃତ

ଇସଲାମବାଦ: ପାକିସ୍ତାନର ଉତ୍ତର-ପଶ୍ଚିମ ପଖତୁନଖ୍ୱା ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀମାନେ ସୁରକ୍ଷା ଚେକ୍‌ପୋଷ୍ଟ ଉପରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଚଢାଇ ଦେବା କାରଣରୁ ୧୫ ଜଣଙ୍କ ଜୀବନ ଯାଇଛି । ସେଥିମଧ୍ୟରେ ୧୨ ଜଣ ପାକିସ୍ତାନୀ ସୈନ୍ୟ ଥିବା ସୂଚନା ରହିଛି ।

ଆଫଗାନିସ୍ତାନ ସୀମା ନିକଟସ୍ଥ ଟାଙ୍କ ଜିଲ୍ଲାରେ ପାକିସ୍ତାନୀ ସେନା ଏବଂ ପୋଲିସ ଦ୍ୱାରା ମିଳିତ ଭାବରେ ପରିଚାଳିତ ଏକ ସୁରକ୍ଷା ଚେକପୋଷ୍ଟରେ ଏହି ଆକ୍ରମଣ ହୋଇଛି । ଏହାର ପାଲଟା ଜବାବ ଦେଇଛି ପାକିସ୍ତାନୀ ସେନା । ଯେଉଁଥିରେ ୧୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହି ଭୟଙ୍କର ଆକ୍ରମଣ ପାଇଁ ‘ତେହରିକ୍-ଇ-ତାଲିବାନ୍ ପାକିସ୍ତାନ’ (ଟିଟିପି) ନିଜକୁ ଦାୟୀ କରିଛି । ଏହି ଆକ୍ରମଣରେ ୪ ଜଣ ଆତ୍ମଘାତୀ ଆକ୍ରମଣକାରୀ ସାମିଲ ଥିଲେ ।

Leave A Reply

Your email address will not be published.