Latest Odisha News

BREAKING NEWS

୪ ଥର ଭୂମିକମ୍ପରେ ଥରିଲା ନାସିକ: ଭୟଭୀତ ଲୋକେ, ରିକ୍ଟର ସ୍କେଲରେ ତିବ୍ରତା…

ମୁମ୍ବାଇ: ଲଗାତାର ୪ ଥର ଭୂମିକମ୍ପରେ ଥରିଲା ମହାରାଷ୍ଟ୍ରର ନାସିକ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ନାସିକ ସହିତ ପାଲଘରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଭୂମିକମ୍ପରେ କୌଣସି ପ୍ରକାର ଧନ ଜୀବନ ହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଭୟରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ ।

ଶନିବାର ସକାଳ ୯ଟା ୫୫ ଟାରୁ ନାସିକ ଜିଲ୍ଲାର ସୁରଗାନାର ବୋରଗାଓଁ ଏବଂ ଏହାର ଆଖପାଖ ଅଞ୍ଚଳରେ ୪ ଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ରେକର୍ଡ କରାଯାଇଥିବା ବେଳେ ଆଜି ସକାଳ ପ୍ରାୟ ୧୦:୫୭ ମିନିଟରେ ପାଲଘରରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ସ୍ଥାନରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ପାଲଘରର ଦହାନୁର ଧୁଣ୍ଡଲୱାଡି କାସା ଅଞ୍ଚଳରେ ଘଟିଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାସିକ ସହରରୁ ପ୍ରାୟ ୪୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା । ପ୍ରଶାସନ ଲୋକମାନଙ୍କୁ କୌଣସି ପ୍ରକାରର ଗୁଜବରେ ଧ୍ୟାନ ନ ଦେବାକୁ ନିବେଦନ କରିଛି ।

Leave A Reply

Your email address will not be published.