Latest Odisha News

BREAKING NEWS

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ବର୍ତ୍ତମାନ ୫ଟି ଜିଲ୍ଲାରେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଯାଜପୁର, ଭଦ୍ରକ ଏବଂ ବାଲେଶ୍ବରରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ୪୬୪ଟି ରିଲିଫ କ୍ୟାମ୍ପରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣି ଘେରରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି ବୋଲି କହିଛି ରାଜସ୍ବ ବିଭାଗ ।

ସେପଟେ, କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡକୁ ଯିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିବ ଏକ ଉଚ୍ଚସ୍ତରୀୟ ଟିମ୍ । ଏହି ଟିମ୍‌ରେ ରହିବେ ରାଜସ୍ୱ ମନ୍ତ୍ରୀଙ୍କ ସହ ରାଜସ୍ୱ ସଚିବ ଓ ସ୍ପେଶାଲ ରିଲିଫ କମିସନର (SRC) । ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ଲୋକଙ୍କ ସମସ୍ୟା ଓ ରିଲିଫ୍ ବ୍ୟବସ୍ଥାର ସ୍ଥିତିକୁ ନେଇ ଅଧିକାରୀମାନେ ସିଧାସଳଖ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିବେ ।

ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ସହାୟତା ଓ ପୁନର୍ବାସ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯିବ । ବର୍ତ୍ତମାନ ବନ୍ୟା ସ୍ଥିତିରେ ପ୍ରଶାସନର ପ୍ରସ୍ତୁତି ଓ କ୍ଷୟକ୍ଷତିର ଆକଳନ ନେଇ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି । ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଆଗାମୀ ପଦକ୍ଷେପ ନିଆଯିବ । ଜିଲ୍ଲାପାଳଙ୍କ ସହ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ।

ସେହିପରି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ୨ ତାରିଖ ପରେ ପୁଣିଥରେ ବର୍ଷା ହେବା ନେଇ ଆଶଙ୍କା ରହିଛି । ଉପର ମୁଣ୍ଡରେ ବର୍ଷା କମିଛି, ବୈତରଣୀରେ ବନ୍ୟା କମୁଛି । ଯାଜପୁର ଜିଲ୍ଲାରେ ୨ଟି ଘାଇ ହୋଇଛି ।

Leave A Reply

Your email address will not be published.