Latest Odisha News

BREAKING NEWS

ଖଣିରେ ବିସ୍ଫୋରଣ, ୩୪ ମୃତ, ଫସିରହିଛନ୍ତି ଅନେକ..

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଏବେ ବି ଭିତରେ ଫସି ରହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ଫସିଥିବା ଶ୍ରମିକଙ୍କ ଜୀବନ ବିପଦରେ ରହିଛି। ଆସୋସିଏଟେଡ୍ ପ୍ରେସ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ସରକାରୀ ଖଣି ନିରୀକ୍ଷକ ଘନି ବାଲୋଚ୍ଙ୍କ ଅନୁଯାୟୀ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାର ଉପକଣ୍ଠରେ ଥିବା ଏକ କୋଇଲା ଖଣିରେ ଗୁରୁବାର ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଖଣି ଭିତରେ ମିଥେନ୍ ଗ୍ୟାସ ଜମା ହେବା ଯୋଗୁଁ ବିସ୍ଫୋରଣ ହୋଇଥିଲା।

ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଉଦ୍ଧାରକାରୀ ଦଳ ବିସ୍ଫୋରଣର କିଛି ଘଣ୍ଟା ପରେ ପ୍ରଥମେ ସାତ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମୟରେ ଆହୁରି ୨୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଖଣିରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ସନ୍ଧାନ ଏବଂ ଉଦ୍ଧାର ପ୍ରୟାସ ଜାରି ରହିଛି। ଉଦ୍ଧାରକାରୀ ଦଳ ଖଣି ଭିତରେ ଖୋଜାଖୋଜି ଜାରି ରଖିଛନ୍ତି।

 

Leave A Reply

Your email address will not be published.