କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି । ଜିଲାର ୩୮ଟି ପଞ୍ଚାୟତର ୭୫ଟି ଗାଁ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବ ସେ କହିଛନ୍ତି।
ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ପ୍ରଭାବିତ ହୋଇଥିବା ବେଳେ ୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ବନ୍ୟାଞ୍ଚଳରେ ସ୍ବାସ୍ଥ୍ୟସେବା ପାଇଁ ୮ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି।
ସୂଚନାଥାଉକି, ଏବେ ରାଜ୍ୟର ୧୫ ଜିଲ୍ଲା ବନ୍ୟା ପ୍ରଭାବିତ । । ୧୫ ଜିଲ୍ଲାର ୫୭ ବ୍ଲକ୍ ୪୪୬ ଗ୍ରାମ ପଞ୍ଚାୟତ, ୧୩୬୨ ଗାଁ ଏବଂ ୧୧ ପୌରାଞ୍ଚଳର ୧୭୪ ୱାର୍ଡ ପ୍ରଭାବିତ ହୋଇଛି । ୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୬୮ ହଜାର ୯୪୩ ଲୋକ ଜଳବନ୍ଦୀ । ୨୧ ହଜାର ୩୮୦ ହେକ୍ଟର ଜମି ପ୍ରଭାବିତ ହୋଇଛି । ୭୦୦ ଘର ପ୍ରଭାବିତ ହୋଇଛି । ୬୪୭ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି । ୨୦ଟି ସ୍ଥାନରେ ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ପାଣି ଘେରରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି ।
କୁଶଭଦ୍ରା, ଇବ୍, ଜଳକା, ଋଷିକୁଲ୍ୟା, ବୈତରଣୀ, ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଂକେତ ତଳକୁ ଖସିଲାଣି । ମହାନଦୀ ଜଳ ପତ୍ତନ ବଢୁଛି । ଏବେ ୧୨ଟି ଗେଟ୍ ଖୋଲାଯାଇଛି । ୧୨ଟି ଗେଟ୍ ଦେଇ ୨ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅପରାହ୍ନରେ ଆଉ ୧୦ଟି ଗେଟ୍ ଖୋଲାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ।