ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଟିମ୍କୁ ଏକ ବଡ଼ ଝଟ୍କା ଲାଗିଛି । ଟିମ୍ର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ଆଘାତ ସମସ୍ୟା ଯୋଗୁ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ଅଗଷ୍ଟ ୧୫ରୁ ଗାଲେଠାରେ ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସିଲେକ୍ସନ କମିଟି ଶୀଘ୍ର ବୁମରାଙ୍କ ବିକଳ୍ପ ଘୋଷଣା କରିପାରେ । ଏହି ସ୍ଥିତିରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶମୀ ତାଙ୍କର ଶ୍ରେଷ୍ଠ ବିକଳ୍ପ ସାବ୍ୟସ୍ତ ହୋଇପାରନ୍ତି । ବୁମରାଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ଭାରତୀୟ ଦଳରେ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଏବଂ ଗୁରନୁର ବ୍ରାରଙ୍କ ଭଳି ଦ୍ରୁତ ବୋଲର ରହିଛନ୍ତି । ତେବେ ଅଭିଜ୍ଞତାର ଅଭାବକୁ ଦୃଷ୍ଟିରେ ରଖି ଶମୀଙ୍କୁ ଦଳରେ ସାମିଲ କରାଯିବାର ଦୃଢ଼ ସମ୍ଭାବନା ରହିଛି ।
୩୫ ବର୍ଷୀୟ ଶମୀ ଜୁନ୍ ୨୦୨୩ରେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏହା ପରେ ଚୟନକର୍ତ୍ତାମାନେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇଥିଲେ ମଧ୍ୟ ଶମୀ ଘରୋଇ କ୍ରିକେଟ୍ରେ ନିଜର ଶ୍ରେଷ୍ଠ ଫର୍ମ ଓ ଫିଟନେସ୍ ପ୍ରମାଣିତ କରିଛନ୍ତି । ବେଙ୍ଗଲ ପକ୍ଷରୁ ଖେଳି ଶମୀ ରଣଜୀ ଟ୍ରଫିର ୭ଟି ମ୍ୟାଚ୍ରେ ୩୭ଟି ୱିକେଟ ଶ୍ରୀଲଙ୍କାର ପିଚ୍ରେ ଶମୀଙ୍କ ପୂର୍ବ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ରହିଛି । ସେ ଶ୍ରୀଲଙ୍କାରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳି ୬୦.୫ ଓଭର ବୋଲିଂ କରି ୧୦ଟି ୱିକେଟ୍ ନେଇଛନ୍ତି । ୨୦୧୭ ଗସ୍ତର ଶେଷ ଟେଷ୍ଟ ମ୍ୟାଚ୍ରେ ସେ ଗୋଟିଏ ଇନିଂସରେ ୫ଟି ୱିକେଟ୍ ସଫଳତା ପାଇଥିଲେ । ଶ୍ରୀଲଙ୍କା ପରିସ୍ଥିତିରେ ପୁରୁଣା ବଲରେ ରିଭର୍ସ ସ୍ୱିଙ୍ଗ କରାଇବାର ଶମୀଙ୍କ ଦକ୍ଷତାଭାରତକୁ ଫାଇଦାରେ ରଖିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ରେସ୍ରେ ରହିବା ପାଇଁ ଭାରତ ପାଇଁ ଏହି ସିରିଜ୍ ଜିତିବା ଅତ୍ୟନ୍ତ ଜରୁରୀ । ଏଭଳି ପରିସ୍ଥିତିରେ ସିଲେକ୍ଟରମାନେ ରଣଜୀରେ ୱିକେଟ୍ର ବର୍ଷା କରୁଥିବା ଶମୀଙ୍କ ଅଭିଜ୍ଞତା ଉପରେ ପୁଣି ଥରେ ଭରସା ପ୍ରକାଶ କରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା । ,