Latest Odisha News

BREAKING NEWS

ହିଟ୍ ଆଣ୍ଡ୍ ରନ୍ ମାମଲା: କାରକୁ ଘୋଷାଡ଼ି ନେଲା ଯାତ୍ରୀବାହି ବସ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ହିଟ୍ ଆଣ୍ଡ୍ ରନ୍ ମାମଲା। ଭଦ୍ରକ ଜିଲ୍ଲା ଗେଲପୁର ଛକ ନିକଟରେ କାରକୁ ପଛରୁ ଧକ୍କା ଦେଲା ଯାତ୍ରୀବାହି ବସ। ଧକ୍କା ଦେଇ କାରକୁ ଘୋଷାଡ଼ି ନେଇଥିଲା ବସ୍। ବିଳମ୍ବିତ ରାତିରେ ଚଣ୍ଡିଖୋଲରୁ ବାଲେଶ୍ୱର ଅଭିମୁଖେ ଗୋଟିଏ କାରରେ ୪ ଜଣ ବ୍ୟକ୍ତି ଆସୁଥିଲା ବେଳେ ପଛରୁ ଏକ ଦ୍ରୁତଗାମୀ ଯାତ୍ରୀବାହି ବସ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଧକ୍କା ଦେଇଥିଲା। କାରର ପଛ ଭାଗ ନଷ୍ଟ ହୋଇ ଯାଇଥିଲେ ମଧ୍ୟ କେହି ଆହତ ହୋଇ ନାହାଁନ୍ତି।

ବସ-କାର ଡ୍ରାଇଭରଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ କାରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ପ୍ରଭାବ ଏତେ ଅଧିକ ଥିଲା ଯେ ବସଟି କାରକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଦୁର୍ଘଟଣାରେ କାରର ପଛପଟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ତେବେ କାରରେ ଥିବା ଚାରିଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାରୁ ସମସ୍ତେ ସୁରକ୍ଷିତ ଅଛନ୍ତି। ଘଟଣା ପରେ ବସ ଓ କାର ଚାଳକଙ୍କ ମଧ୍ୟରେ ଘଟଣାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା, ଯାହା ଫଳରେ କିଛି ସମୟ ପାଇଁ ସେହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.