Latest Odisha News

BREAKING NEWS

ଖେଳାଳିମାନେ ମେସିନ୍ ନୁହନ୍ତି, ସୁସ୍ଥ ହେବାକୁ ସମୟ ଲାଗେ: ଲକ୍ଷ୍ମଣ

ବେଙ୍ଗାଲୁରୁ: ପୂର୍ବତନ କ୍ରିକେଟର ତଥା ମୁଖ୍ୟ ଭି.ଭି.ଏସ୍. ଲକ୍ଷ୍ମଣ ଖେଳାଳିମାନେ ଧୀରେ ଧୀରେ ଫିଟ ହେବା ପଛରେ ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ଦାୟୀ କରିବାକୁ ମନା କରିଛନ୍ତି । ସେ କହିଛନ୍ତି କ୍ରିକେଟରମାନେ କୌଣସି ମେସିନ୍ ନୁହନ୍ତି । ପ୍ରତ୍ୟେକ ଥର ସେମାନେ ତୁରନ୍ତ ଆଘାତରୁ ମୁକ୍ତ ହୋଇଯିବେ, ତାହା ସମ୍ଭବ ନୁହେଁ ।  ଲକ୍ଷ୍ମଣ ସ୍ପଷ୍ଟ କରିଛନ୍ତି ଯେ  ସିଓଇର କାମ କେବଳ ଆଘାତପ୍ରାପ୍ତ ଖେଳାଳିଙ୍କ ଚିକିତ୍ସା କରିବା ନୁହେଁ, ବରଂ ସେମାନଙ୍କ ଖେଳରେ ସୁଧାର ଆଣିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା । ପ୍ରତ୍ୟେକ ଖେଳାଳିଙ୍କ ଶରୀରର ଗଠନ ଓ ସହନଶକ୍ତି ଅଲଗା ହୋଇଥିବାରୁ ସୁସ୍ଥ ହେବା ପ୍ରକ୍ରିୟାରେ ସମୟର ତଫାତ୍ ରହେ ।

ସିଓଇ ପକ୍ଷରୁ ଫିଟନେସ୍ ରିପୋର୍ଟ ସିଲେକ୍ସନ୍ କମିଟି, ଟିମ୍‌ର ହେଡ୍ କୋଚ୍ ଏବଂ ବିସିସିଆଇକୁ ପଠାଯାଏ । ଯଦି କୌଣସି ଖେଳାଳିଙ୍କ ନାମ ଆଗରେ ଷ୍ଟାର  ଚିହ୍ନ ଥାଏ, ତେବେ ଏହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ଫିଟ୍ ହେଲେ ହିଁ ଖେଳିବେ । ଉଚ୍ଚସ୍ତରୀୟ କ୍ରିକେଟ୍‌ରେ ଖେଳାଳିମାନେ ୧୦୦% ରୁ ଅଧିକ ପ୍ରଦର୍ଶନ ଦେବାକୁ ଚେଷ୍ଟା କରନ୍ତି, ଯାହା ଫଳରେ ଆଘାତ ଲାଗିବା ସ୍ୱାଭାବିକ । ଏହାକୁ ନେଇ ବାହାର ଦୁନିଆର ଦୃଷ୍ଟିକୋଣ ବଦଳିବା ଦରକାର । ସିଓଇର ଅଭିଜ୍ଞ ଫିଟନେସ୍ ଷ୍ଟାଫ୍‌ମାନେ ଖେଳାଳିଙ୍କ ୱର୍କଲୋଡ୍ ମ୍ୟାନେଜମେଣ୍ଟ ଉପରେ କ୍ରମାଗତ କାର୍ଯ୍ୟ କରୁଛନ୍ତି । ସଚିବ ଦେବଜୀତ୍ ସାଇକିଆ କହିଛନ୍ତି ଯେ, କୌଣସି ସିରିଜ୍ ଆରମ୍ଭ ହେବାର ୩ ରୁ ୪ ସପ୍ତାହ ପୂର୍ବରୁ ସିଲେକ୍ସନ୍ ମିଟିଂ ହୋଇଥାଏ । ସେହି ସମୟରେ ଖେଳାଳିଙ୍କ ପ୍ରକୃତ ଫିଟନେସ୍ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ନଥାଏ, ସେଥିପାଇଁ ଷ୍ଟାର୍ ମାର୍କ ଦେଇ ସେମାନଙ୍କୁ ଦଳରେ ସାମିଲ କରାଯାଇଥାଏ ।

Leave A Reply

Your email address will not be published.