Latest Odisha News

BREAKING NEWS

ରାଜନୈତିକ ହିଂସାକାଣ୍ଡ! ବାଙ୍କୀ ଡମପଡ଼ା ବ୍ଲକ ପରିସରରେ BNSS ୧୬୩

କଟକ: ବ୍ଲକ କାର୍ଯ୍ୟାଳୟରେ ୧୬୩ ଧାରା ଲାଗୁ। କଟକ ଜିଲ୍ଲା ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ରାଜନୈତିକ ହିଂସାକାଣ୍ଡକୁ ନଜରରେ ରଖି BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବିଜେପି ନେତା ବୁଲୁ ଚକ୍ରବର୍ତ୍ତୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେବା ପୂର୍ବରୁ ଏହି କଟକଣା ଜାରି କରାଯିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଛି।

ଏପରିକି ବ୍ଲକ ପରିସର ଓ ଆଖପାଖ ଅଞ୍ଚଳରେ ମେଳି ନ ହେବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରକାର ହରତାଳ ନ କରିବା ପାଇଁ ପୋଲିସ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇଛି। ବିଜେପି କର୍ମୀ ମାନେ ବ୍ଲକକୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିଡିଓଙ୍କୁ ଘେରିବା ପାଇଁ ଯୋଜନା କରିଥିଲେ। ବିଧାୟକଙ୍କ ଗୋଷ୍ଠୀ ବିଜେପି ଗୋଷ୍ଠୀଙ୍କୁ ପ୍ରତିବାଦ କରିବାକୁ ସଜବାଜ ହେଉଥିବାରୁ ଗଣ୍ଡଗୋଳ ହେବାର ଆଶଙ୍କା କରି ବ୍ଲକ୍ କାର୍ଯ୍ୟାଳୟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ତିନି ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ପୂର୍ବରୁ ମଧ୍ୟ ବିଜେପି କର୍ମୀ ତଥା ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ ମାନେ ବ୍ଲକ୍ ସମ୍ମୁଖରେ ଗଣ୍ତଗୋଳ କରିଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଓ ଆଇନଶୃଙ୍ଖଳା ସମସ୍ୟା ଆଶଙ୍କା କରି ବାଙ୍କୀ ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଏନଏସ୍‌ର ୧୬୩ ଧାରା ଜାରି କରାଯାଇଛି । ଉଭୟ ବ୍ଲକ କାର୍ଯ୍ୟାଳୟ ନିକଟରେ ପୁଲିସ ମୁତୟନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ।

Leave A Reply

Your email address will not be published.