ଘଟଗାଁ: କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛ ଏମିତି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ ।
ଖବରମୁତାବକ, ଗତ ୧୦ ତାରିଖରେ ମୃତକ ଆନନ୍ଦ ମୁଣ୍ଡା ଏବଂ ତାଙ୍କ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ଓ ଝଗଡା ହୋଇଥିଲା । ପରେ ରାତିରେ ଯେତେବେଳେ ଆନନ୍ଦ ଶୋଇଥିଲେ, ସେହି ସୁଯୋଗରେ ପତ୍ନୀ ଏକ କାଠ ଫାଳିଆ ଆଣି ତାଙ୍କ ମୁଣ୍ଡକୁ ଜୋରରେ ମାଡ଼ ମାରିଥିଲେ । ଏହି ଆକ୍ରମଣରେ ଆନନ୍ଦଙ୍କର ଘଟଣାସ୍ଥଳରେ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ପରେ ତାଙ୍କୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଥିଲା ।
ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ପତ୍ନୀ ଯାତ୍ରୀ ମୁଣ୍ଡାଙ୍କୁ ପୋଲିସ ଗିରଫ କରିଛି ।
