Latest Odisha News

BREAKING NEWS

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; ପାସ୍ ହାର ୬୩.୬୪%

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ଫଳାଫଳ ଆଜି ପ୍ରକାଶ ପାଇଛି। ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ମୋଟ ୫,୭୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୩,୬୬୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ ହାର ୬୩.୬୪ ପ୍ରତିଶତ ରହିଛି। ପରୀକ୍ଷାର୍ଥୀମାନେ ସନ୍ଧ୍ୟା ୫ଟାରୁ ବୋର୍ଡର ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରେ ନିଜ ରେଜଲ୍ଟ ଦେଖିପାରିବେ।

ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A2ରେ ୫, B1ରେ ୧୨, B2ରେ ୫୩, Cରେ ୧୯୨, Dରେ ୫୩୬ ଏବଂ E ଗ୍ରେଡ୍‌ରେ ୨,୫୯୩ ଜଣ ରହିଛନ୍ତି। A1 ଗ୍ରେଡ୍‌ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଶୂନ ରହିଛି।
୨୭୫ ଜଣ କମ୍ପାର୍ଟମେଣ୍ଟାଲ୍‌ରେ ପାସ୍‌ କରିଥିବା ବେଳେ ୨୦୯୪ ଜଣ ଫେଲ୍‌ ହୋଇଛନ୍ତି। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା (୨ୟ), ୨୦୨୬ରେ ମୋଟ ୮,୬୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୫,୪୫୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହି ପରୀକ୍ଷାର ପାସ୍ ହାର ୬୨.୬୫ ପ୍ରତିଶତ ରହିଛି। ଏଥିରେ A1 ଗ୍ରେଡ୍‌ରେ କେହି ନଥିବା ବେଳେ A2ରେ ୧୦, B1ରେ ୧୦୯, B2ରେ ୪୦୧, Cରେ ୮୬୮, Dରେ ୧,୫୧୪ ଏବଂ E ଗ୍ରେଡ୍‌ରେ ୨,୫୪୮ ଜଣ ରହିଛନ୍ତି। ମୋଟ ୩,୧୮୫ ଜଣ ଫେଲ୍‌ ହୋଇଛନ୍ତି। ପ୍ରଥମ ଥର ପାଇଁ ଡିଜିଟାଲ ମୂଲ୍ୟାୟନ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ତୃଟିଶୂନ୍ୟ ମୂଲ୍ୟାୟନ ହୋଇଥିବା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ସୂଚନା ଦେଇଛନ୍ତି। ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟର ୩୧୧ ଟି ପରୀକ୍ଷା କେନ୍ଦ୍ରରେ ୨୪ ହଜାର ୪୭୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.