Latest Odisha News

BREAKING NEWS

Odisha Flood Situation: ବନ୍ୟାକୁ ନେଇ ଏସଆରସିଙ୍କ ସୂଚନା; ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ବର:ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ୬ଟି ଜିଲ୍ଲାର ୫୨ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି । ୧୭୦ ପଞ୍ଚାୟତର ୪୨୯ ଗାଁ ଜଳମଗ୍ନ ହୋଇଛି । ୨ ଲକ୍ଷ ୯ ହଜାର ୪୮୭ ଲୋକ ବନ୍ୟାରେ ପ୍ରଭାବିତ । ୩୩ ଗାଁ ପାଣି ଘେରରେ ରହିଛି । ୪୧ ହଜାର ଲୋକ ଉଦ୍ଧାର ହେଲାଣି । ୩୮ ହଜାର ଲୋକ ବନ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି ।

ମୟୂରଭଞ୍ଜର ୨୨ ବ୍ଲକ, ୫୦ ପଞ୍ଚାୟତ, ୧୦୨ ଗାଁ, ବାରିପଦା ସଦର, ବେତନଟୀ ଅଧିକ ପ୍ରଭାବିତ ହୋଇଛି । ବାଲେଶ୍ୱରର ୫ ବ୍ଲକ ୮୭ ଗାଁ, ଭଦ୍ରକ ୨ଟି ବ୍ଲକ ୧୩ ପଞ୍ଚାୟତ, ୬୧ ଗାଁ, ଯାଜପୁରର ୩ ବ୍ଲକ, ୧୪ ପଂଚାୟତ ୨୮ ଗାଁ ପ୍ରଭାବିତ ହୋଇଛି ।

୩୯ ଓଡ୍ରାଫ, ୭ NDRF, ୩୩ ଅଗ୍ନିଶମ ବିଭାଗ ଟିମ୍ ମୁତୟନ ହୋଇଛନ୍ତି । ୨୭୮୪ ଲୋକଙ୍କୁ ବନ୍ୟା ଜଳରୁ ଉଦ୍ଧାର କରାଯାଇ ୧୨୭ ସେଲଟରରେ ରଖାଯାଇଛି । ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଇଛି । ୨୯୬ ମେଟ୍ରିକ ଟନ୍ ପଶୁ ଖାଦ୍ୟ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାକୁ ପଠାଯାଇଛି । ଅନ୍ୟ ଜିଲ୍ଲାକୁ ଖୁବ୍‌ଶୀଘ୍ର ପଠାଯିବ ବୋଲି ସୂଚନା ରହିଛି ।

କାଲି ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ୟା ସ୍ଥିତି ରହିବ, ପରେ ସୁଧୁରିବ । ବୈତରଣୀ ଯୋଗୁଁ ଭଦ୍ରକରେ ବନ୍ୟା । ଧାମନଗର, ତିହିଡି, ଭଣ୍ଡାରିପୋଖରୀ, ଚାନ୍ଦବାଲି ଅଧିକ ପ୍ରଭାବିତ ହେବ ।

ସୁବର୍ଣ୍ଣରେଖାରେ ଜାମସେଦପୁରରେ ସତର୍କ ସଂକେତ ରହିଛି । ଆସନ୍ତା କାଲି ରାଜଘାଟରେ ଜଳସ୍ତର ବଢିବ । ସୁବର୍ଣ୍ଣରେଖା ଯୋଗୁଁ ବାଲିଆପାଳ ଓ ଭୋଗରାଇ ଅଂଚଳରେ ଛୋଟ ବନ୍ୟା ହେବ । ସାଳନ୍ଦୀରେ ବିପଦ ସଂକେତ ତଳେ ପାଣି ପ୍ରଭାବିତ ହେଉଥିବାରୁ ବନ୍ୟା ସ୍ଥିତି ସୁଧୁରୁଛି । ବୁଢାବଳଙ୍ଗରେ ଗୋବିନ୍ଦପୁର ଥରେ ବିପଦ ସଂକେତ ଉପରେ ଜଳସ୍ତର ରହିଛି । କାଲି ୧୦ଟା ସୁଦ୍ଧା ଜଳସ୍ତର କମିବ । ବାଲେଶ୍ୱର ସଦର, ରେମୁଣା, ବାହାନଗା ନୀଳଗିରିରେ ବନ୍ୟା ସ୍ଥିତି ଏବେ ସୃଷ୍ଟି ହୋଇଛି । ଜଳକାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ଆଜି ସନ୍ଧ୍ୟାରୁ ଜଳସ୍ତର କମିବା ଆରମ୍ଭ ହେଲାଣି ।

ଆସନ୍ତା ୨ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଆକଳନ ଅନୁସାରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡା, ସୋନପୁର, ସୁନ୍ଦରଗଡ଼ରେ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଏସଆରସି କହିଛନ୍ତି ।


 

Leave A Reply

Your email address will not be published.