Latest Odisha News

BREAKING NEWS

Brown Sugar Seized:୪.୯୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ଅବକାରୀ ସ୍କାର୍ଡ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ୪୯ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୪ଲକ୍ଷ୯୦ ହଜାର ଟଙ୍କା ହେବ। ଗୁଇନ୍ଦା ସୂତ୍ରରୁ ଖବର ପାଇ ଏହି ଚଢାଉ କରାଯାଇଥିଲା ।

ଜିଲ୍ଲା ଅବକାରୀ ସ୍କାର୍ଡ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନାନୁସାରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଗାଲୁପଡା ଗ୍ରାମର ଲିପକ ଦାସ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ନେଇ ସୂଚନା ମିଳିଥିଲା। ପୂର୍ବ ପ୍ରସ୍ତୁତି ଅନୁସାରେ ଅବକାରୀ ଟିମ୍‌ ସୋମନାଥ ହାଟ ରାସ୍ତାରେ ଚଢ଼ାଉ କରି ଲିପକ ନିକଟରୁ ୪୯ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା ।

Leave A Reply

Your email address will not be published.