Latest Odisha News

BREAKING NEWS

ଆମେରିକା – କାନାଡ଼ା ବାଣିଜ୍ୟ ଯୁଦ୍ଧ : ୭୦୦ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ

କାନାଡ଼ା: ଆମେରିକା ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ନିକଟରେ ଆମେରିକା କାନାଡ଼ା ଦ୍ରବ୍ୟ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ, ଏହାର କଡ଼ା ଜବାବ ଦେଇଛି କାନାଡ଼ା। ଓଟୱା ପକ୍ଷରୁ ୭୦୦ରୁ ଉର୍ଦ୍ଧ୍ୱ ଆମେରିକୀୟ ସାମଗ୍ରୀ ଉପରେ ୧୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା କରାଯାଇଛି।

ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ଏହି ଆମେରିକୀୟ ସାମଗ୍ରୀ ଗୁଡ଼ିକ ଉପରେ ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ଏହି ନୂତନ ଶୁଳ୍କ ଲାଗୁ ହେବ। କାନାଡ଼ାର ଏହି ନିଷ୍ପତ୍ତି ଫଳରେ ଆମେରିକାର ଇସ୍ପାତ, କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ, ଇଲେକ୍ଟ୍ରୋନିକ୍ସ, କୃଷି ଉପକରଣ, ଆସବାବପତ୍ର, କାଗଜ ଏବଂ ଶିଳ୍ପ ସାମଗ୍ରୀ ବିଶେଷ ଭାବରେ ପ୍ରଭାବିତ ହେବ। ଆମେରିକା ଇସ୍ପାତ ଉପରେ ଶୁଳ୍କକୁ ୨୫ରୁ ବୃଦ୍ଧି କରି ୫୦ ପ୍ରତିଶତ କରାଯାଇଛି।

କାନାଡ଼ା ଅର୍ଥମନ୍ତ୍ରୀ ଫ୍ରାଙ୍କୋଇସ୍-ଫିଲିପ୍ ସାମ୍ପେନ୍ କହିଛନ୍ତି ଯେ, “ଏହା କାନାଡ଼ା ପାଇଁ ଏକ ଅଭୂତପୂର୍ବ ଆହ୍ୱାନ, କିନ୍ତୁ ଆମେ ଏହାର ଦୃଢ଼ ମୁକାବିଲା କରିବୁ।” କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆମେରିକାର ଅସାଧୁ ବାଣିଜ୍ୟ ସର୍ତ୍ତାବଳୀକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଆମେରିକା କାନାଡ଼ାର ପ୍ରମୁଖ ଶିଳ୍ପସଂସ୍ଥାଗୁଡ଼ିକୁ ନଷ୍ଟ କରିବାକୁ ଚାହୁଁଛି, ଯାହାକୁ ଆଦୌ ଗ୍ରହଣ କରାଯାଇପାରିବ ନାହିଁ। ଅପରପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ାକୁ ନିଜ ଆଭିମୁଖ୍ୟ ବଦଳାଇବାକୁ ଚେତାବନୀ ଦେବା ସହ ଗାଡ଼ି ଓ ଅଟୋ ବିଭାଗ ଉପରେ ଆଗାମୀ ଦିନରେ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ବିଫଳ ହେବା ପରେ ବିଶ୍ୱ ବଜାରରେ ଏହାର ଗମ୍ଭୀର ପ୍ରଭାବ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Leave A Reply

Your email address will not be published.