Latest Odisha News

BREAKING NEWS

ନେପାଳ ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା: ୩୨୦ ଭାରତୀୟ ନିଖୋଜ

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରେ, ଶହ ଶହ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ପ୍ରଳୟଙ୍କାରୀ ବନ୍ୟାରେ ୬୦୦ ଟପିଲା ମୃତ୍ୟୁ ସଂଖ୍ୟା। ଏପର୍ଯ୍ୟନ୍ତ ୫୮୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ପ୍ରାୟ ୨୫୦୦ ନିଖୋଜ ଅଛନ୍ତି। ସେଥିମଧ୍ୟରୁ ୩୨୦ ଭାରତୀୟ ନିଖୋଜ ଅଛନ୍ତି। ଏନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ତ୍ରିଶୂଳୀ ପ୍ରୋଜେକ୍ଟରେ କାମ କରୁଥିବା ୬୩ ଶ୍ରମିକ ଉଦ୍ଧାର ହୋଇଛନ୍ତି। ତାମିଲନାଡୁର ୨୧ ଜଣଙ୍କୁ ଭାରତ ଫେରାଇ ଆଣାଯାଇଛି। ମୋଟ୍‌ ୮୪ ଜଣ ଉଦ୍ଧାର ହୋଇଥିବା MEA ପକ୍ଷରୁ ସୂଚନା ଦେଇଛନ୍ତି। ତିଦ୍ଦତ ସୀମାରେ ଅଟକିଥିବା ପ୍ରାୟ ୪୦୦ ଭାରତୀୟ ସୁରକ୍ଷିତ ଅଛନ୍ତି। ୧୪୯ ଜଣ ସୁରକ୍ଷିତ ଭାବେ ଚୀନ୍‌ ଛାଡ଼ି ନେପାଳ ଯାଇଛନ୍ତି।

ସେପଟେ ତିବ୍ଦତରେ ପ୍ରାୟ ୪୦୦ ଭାରତୀୟଙ୍କ ସହିତ ଯୋଗାଯୋଗ କରାଯାଇଛି ଏବଂ ସେମାନେ ସୁରକ୍ଷିତ ଅଛନ୍ତି। ପାର୍ବତ୍ୟ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ, ଭୋଟେକୋଶି ନଦୀ ନିକଟରେ ଜଳସ୍ତର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି, ଯାହା ପୁଣି ଏକ ବନ୍ୟାର ଆଶଙ୍କା ସୃଷ୍ଟି କରିଛି। ତଥାପି, ଶନିବାର ସକାଳ ୬:୩୦ ସୁଦ୍ଧା, ଭୋଟେକୋଶି ଏବଂ ତ୍ରିଶୁଳୀ ନଦୀରେ ଜଳ ପ୍ରବାହ ସ୍ୱାଭାବିକ ଥିବା ରିପୋର୍ଟ କରାଯାଇଛି।

Leave A Reply

Your email address will not be published.