Latest Odisha News

BREAKING NEWS

ଖୁବଶୀଘ୍ର ପୂରଣ ହେବ ଓଡିଶା ପୋଲିସରେ ଖାଲି ପଦବୀ: ସୃଷ୍ଟି ହେଲା ୪,୧୯୫ ନୂଆ ପଦ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ବଡ଼ଧରଣର ନିଯୁକ୍ତି ପାଇଁ ମିଳିଛି ମଞ୍ଜୁରି। ପୋଲିସ ବିଭାଗରେ ମୋଟ ୪ ହଜାର ୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏହା ମଧ୍ୟରେ କନେଷ୍ଟବଳଠାରୁ ଆରମ୍ଭ କରି ଏଏସ୍‌ଆଇ, ଏସ୍‌ଆଇ ଓ ଅତିରିକ୍ତ ଏସ୍‌ପି ପର୍ଯ୍ୟନ୍ତ ବିଭିନ୍ନ ପଦ ସାମିଲ ରହିଛି ।

ନୂଆ ପଦବୀ ଅନୁସାରେ, ୨ ହଜାର ୬୯୯ଟି କନେଷ୍ଟବଳ ପଦ ସୃଷ୍ଟି ହୋଇଛି । ସେହିପରି ୯୭୨ଟି ଏଏସ୍‌ଆଇ ଏବଂ ୧୦୮ଟି ସବ୍‌-ଇନ୍ସପେକ୍ଟର ବା ଏସ୍‌ଆଇ ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏହାବ୍ୟତୀତ ୩୭୭ଟି ହାବିଲଦାର ମେଜର, ୩୬ଟି ଏସ୍‌ଆଇ ଏବଂ ୨ଟି ଅତିରିକ୍ତ ଏସ୍‌ପି ପଦ ସୃଷ୍ଟି କରାଯାଇଛି ।

ପୋଲିସ ବିଭାଗରେ ଏହି ବଡ଼ ନିଯୁକ୍ତି ଦ୍ୱାରା ଖାଲି ପଦ ପୂରଣ ହେବା ସହ ରାଜ୍ୟରେ ପୋଲିସ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଏହା ଚାକିରି ଆଶାୟୀଙ୍କ ପାଇଁ ମଧ୍ୟ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି ।

Leave A Reply

Your email address will not be published.