ଉଦଳା:ଭତ୍ତା ପାଇଁ ରାସ୍ତା ଅବରୋଧ କରି ପ୍ରତିବାଦ କଲେ ହିତାଧିକାରୀ । ବୃଦ୍ଧ ବୃଦ୍ଧାଙ୍କୁ ବର୍ଦ୍ଧିତ ଟଙ୍କା ନ ମିଳିବା, ଦୀର୍ଘ ମାସ ହେବ ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ସମସ୍ୟାକୁ ନେଇ ଆଜି ମୟୂରଭଞ୍ଜ ଶରତ ଅଞ୍ଚଳରେ ହିତାଧିକାରୀ ରାସ୍ତା ଅବରୋଧ କରିଛନ୍ତି ।
ସୂଚନାଥାଉକି,କପ୍ତିପଦା ବ୍ଲକର ଶରତ ସମେତ ୯ଟି ପଞ୍ଚାୟତର ହିତାଧିକାରୀମାନଙ୍କ ଭତ୍ତା ଅନିୟମିତତା ହୋଇଛି । ହିତାଧିକାରୀଙ୍କୁ ସରକାରୀ ସ୍ତରରେ ଘୋଷଣା ହୋଇଥିବା ଭତ୍ତା ଟଙ୍କା ପାଇ ପାରୁନଥିବା ବେଳେ ସରପଞ୍ଚ ସେହି ଟଙ୍କା ରଖି ହଜାରେ ଟଙ୍କା ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।
ତେବେ ଶରତ ଛକରେ ହିତାଧିକାରୀ ରାସ୍ତା ରୋକ କରିଥିବା ବେଳେ କପ୍ତିପଦା – କେନ୍ଦୁଝର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ସମାଧାନ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ।

