Latest Odisha News

BREAKING NEWS

ଡିସେମ୍ବର ୪ରେ ବିବାହ ବନ୍ଧନରେ ବାନ୍ଧିହେବେ ରିଙ୍କୁ-ପ୍ରିୟା

ଲକ୍ଷ୍ନୌ:ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ ଏବଂ ସମାଜବାଦୀ ପାର୍ଟିର ଯୁବ ସାଂସଦ ପ୍ରିୟା ସରୋଜ ଆସନ୍ତା ଡିସେମ୍ବର ୪ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଲକ୍ଷ୍ନୌର ପ୍ରସିଦ୍ଧ ‘ରାମାଡା ହୋଟେଲ’ରେ ଏହି ହାଇ-ପ୍ରୋଫାଇଲ୍ ବିବାହ ଉତ୍ସବ ଅନୁଷ୍ଠିତ ହେବ ।  କ୍ରିକେଟ୍ ଓ ରାଜନୀତି କ୍ଷେତ୍ରର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ନିର୍ବନ୍ଧ ୮ ଜୁନ୍ ୨୦୨୫ରେ ଲକ୍ଷ୍ନୌଠାରେ ସମ୍ପନ୍ନ ହୋଇଥିଲା । ପ୍ରିୟା ସରୋଜଙ୍କ କହିବା ଅନୁଯାୟୀ, ଏହି ସମ୍ପର୍କ କୌଣସି ରାଜନୈତିକ ମଞ୍ଚରୁ ନୁହେଁ, ବରଂ ଇନ୍‌ଷ୍ଟାଗ୍ରାମ୍‌ରୁ ଆରମ୍ଭ ହୋଇଥିଲା । ପ୍ରିୟାଙ୍କ ଭଉଣୀଙ୍କ ଫୁଡ୍ ପେଜ୍ ପ୍ରମୋସନ୍ ପାଇଁ ରିଙ୍କୁଙ୍କ ସହ ଯୋଗାଯୋଗ ହୋଇଥିଲା । ଆରମ୍ଭରେ ପ୍ରିୟା ନିଜେ କଥା ନହୋଇ ତାଙ୍କ ଭାଇଙ୍କ ଜରିଆରେ କଥାବାର୍ତ୍ତା କରାଇଥିଲେ । କ୍ରିକେଟର୍ ନୀତିଶ ରାଣା ମଧ୍ୟ ମଧ୍ୟସ୍ଥତା କରିଥିଲେ ।

ଧୀରେ ଧୀରେ ଦୁଇ ପରିବାର ମଧ୍ୟରେ ବିଶ୍ୱାସ ଗଢ଼ିଉଠିଥିଲା । ପ୍ରିୟାଙ୍କ ବାପା ତୂଫାନୀ ସରୋଜ ପ୍ରଥମେ ଏହି ପ୍ରେମ ସମ୍ପର୍କକୁ ସହଜରେ ଗ୍ରହଣ କରିପାରିନଥିଲେ । ପରିବାର ଚାହୁଁଥିଲା ଝିଅ ପାଇଁ ଜଣେ ସରକାରୀ ଚାକିରିଆ କିମ୍ବା ଉଚ୍ଚଶିକ୍ଷିତ ବର । ମାତ୍ର ଆଇପିଏଲ୍‌ରେ ଲଗାତାର ୫ଟି ଛକା ମାରି ରିଙ୍କୁ ପରିଚୟ ପାଇବା ଏବଂ ପରେ ଭାରତୀୟ ଦଳରେ ସ୍ଥାନ ପାଇବା ପରେ ପରିବାର ଲୋକଙ୍କ ମନ ପରିବର୍ତ୍ତନ ହୋଇଥିଲା ।  ପ୍ରିୟା ନିଜ ଗାଁର ପାରମ୍ପରିକ ମାହୋଲରେ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଦୁହିଁଙ୍କ ସାର୍ବଜନୀନ ପରିଚୟ ଓ ସୁରକ୍ଷା ଦୃଷ୍ଟିରୁ ଲକ୍ଷ୍ନୌକୁ ବଛାଯାଇଛି  ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିବାହ ସାରିବାକୁ ଯୋଜନା ରହିଛି । ସେଥିପାଇଁ ଅଲଗା ଭାବେ କୌଣସି ରିସେପ୍ସନ୍ ପାର୍ଟି ଆୟୋଜନ କରାଯିବ ନାହିଁ । ପୂର୍ବାଞ୍ଚଳର ପାରମ୍ପରିକ ସଂସ୍କୃତି ଅନୁଯାୟୀ ସ୍ୱାମୀଙ୍କ ନାମ ସୌଜନ୍ୟମୂଳକ ଭାବେ ନନେଇ, ପ୍ରିୟା, ରିଙ୍କୁଙ୍କୁ ‘ଜକ’ (ଆର୍.କେ.) ବୋଲି ଡାକିଥାନ୍ତି ।

Leave A Reply

Your email address will not be published.