ରିୟାଦ୍: ୟେମନର ଇରାନ-ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ପ୍ରମୁଖ ବିମାନବନ୍ଦରଗୁଡ଼ିକୁ ଟାର୍ଗେଟ କରି କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଛନ୍ତି। ରାଜଧାନୀ ରିୟାଦ୍ରେ ଅବସ୍ଥିତ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦର ସମେତ ଦମାମ୍, ଆଭା, ଜାଜାନ ଏବଂ ନଜରାନ ବିମାନବନ୍ଦରଗୁଡ଼ିକ ଉପରେ ଏହି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତି ନିହତ ହେବା ସହ ଅନେକ ଆହତ ହୋଇଛନ୍ତି। ୨୦୨୨ ମସିହାରୁ ଚାଲିଆସୁଥିବା ଯୁଦ୍ଧବିରତି ଭଙ୍ଗ ହେବା ଏବଂ ସାଉଦି ସମର୍ଥିତ ୟେମନ ସରକାରୀ ସେନା ସହିତ ସଂଘର୍ଷ ତୀବ୍ର ହେବା ପରେ ଏହି ସ୍ଥିତି ଉପୁଜିଛି। ଏହି ପରିସ୍ଥିତି ଯୋଗୁଁ ସାଉଦି ଆରବର ବେସାମରିକ ବିମାନ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ଏବଂ ଅନ୍ତର୍ଜାତୀୟ ବିମାନଗୁଡ଼ିକ ସେମାନଙ୍କର ସେବା ବାତିଲ୍ କରିଛନ୍ତି। ଆକ୍ରମଣ ଯୋଗୁଁ ଦେଶରେ ଅନେକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଏବଂ ପୁଞ୍ଜିନିବେଶ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ସାଉଦି ଆରବର ସୁରକ୍ଷା ଓ ଆର୍ଥିକ ପ୍ରତିଛବି ବଡ଼ ଧରଣର ଆହ୍ୱାନର ସମ୍ମୁଖୀନ ହୋଇଛି। ହୁତିମାନେ ସାଉଦି ଆରବଠାରୁ ଅଧିକ ରିହାତି ଏବଂ ରିୟାଦ ଉପରେ ଚାପ ପକାଇବା ପାଇଁ ଏହି ରଣନୀତି ଆପଣାଉଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି । ଏଵେ ନଜର ପକେଇବା
*ହୁତିମାନେ କାହିଁକି ସାଉଦି ବିମାନବନ୍ଦରଗୁଡ଼ିକୁ ଟାର୍ଗେଟ କରୁଛନ୍ତି?*
ସାଉଦି ଆରବ ଉପରେ ସର୍ବାଧିକ ଚାପ ପକାଇ ନିଜର ଦାବି ଏବଂ ରିହାତି ହାସଲ କରିବା ହେଉଛି ହୁତିମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ।
୨୦୨୨ରୁ ଚାଲିଥିବା ଯୁଦ୍ଧବିରତି ସମାପ୍ତ ହେବା ଏବଂ ସାଉଦି ସମର୍ଥିତ ୟେମନ ସରକାରୀ ସେନା ବିରୋଧରେ ଲଢ଼େଇ ତୀବ୍ର ହେବା।
ବିମାନବନ୍ଦର ଭଳି ସମ୍ବେଦନଶୀଳ ଓ ଜନ ଗହଳି ସ୍ଥାନରେ ଆକ୍ରମଣ କଲେ ଶୀଘ୍ର ପ୍ରତିକ୍ରିୟା ମିଳିଥାଏ ବୋଲି ହୁତିମାନେ ଭାବନ୍ତି।
ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ବୃହତ୍ ପେଟ୍ରୋଲିୟମ ଏବଂ ପୁଞ୍ଜିନିବେଶ ସମ୍ମିଳନୀଗୁଡ଼ିକୁ ବିଗାଡ଼ିବା ଏବଂ ଦେଶର ସୁରକ୍ଷା ପ୍ରତିଛବିକୁ କ୍ଷତି ପହଞ୍ଚାଇବା* ।
ସାଉଦି ଆରବ ନିଜକୁ ଏକ ନିରାପଦ ବିଶ୍ୱ ପର୍ଯ୍ୟଟନ ଓ ବାଣିଜ୍ୟ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାକୁ ଚାହୁଁଥିବାରୁ ଏହାକୁ ଦୁର୍ବଳ କରିବା।
ଇରାନର ସମର୍ଥନ ପାଇଥିବା ହୁତିମାନେ ଏହି ବଡ଼ ଆକ୍ରମଣ ମାଧ୍ୟମରେ ସ୍ଥାନୀୟ କ୍ଷେତ୍ରରେ ନିଜର ପ୍ରଭାବ ଜାହିର କରୁଛନ୍ତି।
ସାଉଦି ଆରବର ଅର୍ଥନୀତି ଏବଂ ଯାତାୟାତ ବ୍ୟବସ୍ଥାର ମେରୁଦଣ୍ଡ ଭାବେ ବିମାନବନ୍ଦରଗୁଡ଼ିକ ରହିଥିବାରୁ ସେଗୁଡ଼ିକୁ ଅଚଳ କରିବା ।
ସାଉଦି ସମର୍ଥିତ ସେନା ଦ୍ୱାରା ୟେମନର ସାନା ଏବଂ ହୋଦେଇଦା ବିମାନବନ୍ଦର ଉପରେ ଆକ୍ରମଣ କରାଯାଇଥିବାରୁ ତାର ପ୍ରତିଶୋଧ ନେବା।

