ଚଣ୍ଡିଗଡ: ନିଶାଦ୍ରବ୍ୟ ବିକୁଥିବା ଔଷଧ ଦୋକାନୀକୁ ଧରିବା ବେଳେ ଦୋକାନରେ ଫୁଟିଲା ଗୁଳିା ସମାଜିକ କର୍ମୀ ପରଭିନ୍ଦର ସିଂଙ୍କ ମୃତ୍ୟୁ ହୋଇଛି । ପଂଜାବ ମନସାର ଔଷଧ ଦୋକାନ ଗୁଡିକରେ ନିଶାଯୁକ୍ତ ଔଷଧର ବେଆଇନ ବିକ୍ରିକୁ ପଦାରେ ପକାଇଥିଲେ ପରଭିନ୍ଦର ସିଂ ଝୋଟା । ଦୋକାନ ଭିତରେ ହୋଇଥିଲା ହାତାହାତି ପରିସ୍ଥିତି ଶେଷରେ ଔଷଧ ଦୋକାନ ମାଲିକ ଗୁଳିରେ ପରଭିନ୍ଦରଙ୍କ ମୃତ୍ୟୁ ହୋଇଛି । ଔଷଧ ଦୋକାନରେ ହେଉଥିବା ବେଆଇନ ନିଶାଦ୍ରବ୍ୟ ବିକ୍ରିର ପର୍ଦ୍ଦାଫାଶ କରୁଥିବାରୁ ପରଭିନ୍ଦର ଖୁବ ଚର୍ଚ୍ଚାରେ ଥିଲେ । ମନସାର ଏହି ମେଡସିନ ଷ୍ଟୋରରେ ବେଆଇନ ନିଶାଦ୍ରବ୍ୟ ବିକ୍ରି କଥା ପଚାରିବା ବେଳେ ସୋସିଆଲ ମିଡିଆ ଲାଇଭ ଚାଲିଥିଲା । ୫ମିନିଟର ଏହି ଭିଡିଓରେ ଝୋଟା ଲଗାତର ଔଷଧ ଦୋକାନୀଙ୍କୁ କାହିଁକି ବେଆଇନ ନିଶାଦ୍ରବ୍ୟ ବିକ୍ରି କରୁଛ ବୋଲି ପଚାରିଥିଲେ । ହାତାହାତି ପରିସ୍ଥିତି ସୃଷ୍ଟି ହେବାରୁ ଦୋକାନୀ ଜଣଙ୍କ ପିସ୍ତଲ କାଢି ପରଭିନ୍ଦରଙ୍କ ଉପରକୁ ଅତର୍କିତ ଭାବେ ଚଲାଇଥିଲେ । ବନ୍ଧୁକ ଦେଖାଇ ଡରଉଥିବା ଭାବେ ପରଭିନ୍ଦର ବହୁଥର ତାକୁ ମାର୍ ମୋତେ ମାର୍ ବୋଲି କହିଥିଲେ । ପିସ୍ତଲ ପାଖରେ କାହିଁକି ରଖିଛ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ପୋଲିସ ଡାକିବା ସହ ସହଯୋଗୀଙ୍କୁ ଅଧିକ ଲୋକ ଆଣିବାକୁ ବି କହିଥିଲେ । ଏମିତିକି ଦୋକାନୀକୁ ସିସିଟିଭି ଫୁଟେଜ ଦେଖାଇବାକୁ ଝୋଟା କହୁଥିବାର ଭିଡିଓରୁ ଜଣାପଡିଛି । ପାଖାପାଖି ୪ମିନିଟ ଧରି ଏହି ଯୁକ୍ତିତର୍କ ଚାଲିବା ପରେ ଦୋକାନୀ ଗୁଳି ଚଳାଇଥିଲେ ଫଳରେ ଘଟଣାସ୍ଥଳରେ ହିଁ ଝୋଟାଙ୍କର ମୃତ୍ୟୁ ହୋଇଛି । ସଙ୍ଗେସଙ୍ଗେ ପରଭିନ୍ଦରଙ୍କ ଫୋନ୍ ତଳକୁ ଖସିପଡିଥିଲା । ଏବଂ ଲାଇଭ ରେକଡିଂ ମଧ୍ୟ ବନ୍ଦ ହୋଇଥିଲା । ଘଟଣାସ୍ଥଳରୁ ଦୋକାନ ମାଲିକ ଫେରାର୍ ହୋଇଯାଇଛି ।
ବେଆଇନ ନିଶା କାରବାର ରୋକିବାକୁ ଦୀର୍ଘ ବର୍ଷ ଧରି ମନସା ଏବଂ ଆଖପାଖ ଅଂଚଲରେ ପରଭିନ୍ଦର ସିଂ ଖୁବ୍ ସକ୍ରିୟ ଥିଲେ । ସୋସିଆଲ ମିଡିଆରେ ତାଙ୍କର ୨୪ହଜାରରୁ ଅଧିକ ଫଲୋୟର । ୨୦୨୩ରେ ଏକ ଔଷଧ ଦୋକାନରେ ବେଆଇନ ନିଶା କାରବାର ରୋକିବାକୁ ପରଭିନ୍ଦରଙ୍କ ନାଁରେ ମାମଲା ରୁଜୁ ହେବା ସହ ଗିରଫ ହୋଇଥିଲେ । ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏହି ଘଟଣା ପଂଜାବରେ ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି । ବିଜେପି, କଂଗ୍ରେସ ଓ ଶିରୋମଣି ଅକାଳୀ ଦଳର ନିଶା-ବିରୋଧୀ ଅଭିଯାନରେ ଭଗବନ୍ତ ମାନ୍ ସରକାରଙ୍କୁ ଟାଗେ ର୍ଟ କରିଛନ୍ତି । ଔଷଧ ଦୋକାନରେ ନିଶା କାରବାର ରୋକିବା କଣ ଡ୍ରଗ୍ସ ଇନସ୍ପେକ୍ସନର କାମ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା ଏବଂ ନେତା ଝୋଟାଙ୍କ ମୃତ୍ୟୁ ପଂଜାବ ସରକାରଙ୍କ ବିଫଳ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ଦାୟୀ କରୁଛି ବୋଲି କଂଗ୍ରେସ କହିଛି ।

