Latest Odisha News

BREAKING NEWS

ରାଜଧାନୀର ଏକାଧିକ ମେଡିସିନ୍‌ ଦୋକାନରେ ଯାଞ୍ଚ, ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍‌

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ‘ନିଶାମୁକ୍ତି ଅଭିଯାନ’ ଅଧୀନରେ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ (Odisha Drugs Control Department) ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ଏକ ବଡ଼ ଧରଣର ଯାଞ୍ଚ ଓ ଚଢ଼ାଉ କରାଯାଇଛି। ବିଶେଷକରି ମାନସିକ ରୋଗ ତଥା ଡିପ୍ରେସନ (Depression) ପାଇଁ ବ୍ୟବହାର କରାଯାଉଥିବା ନିଶାଜାତୀୟ ଔଷଧଗୁଡ଼ିକୁ କିଛି ଦୋକାନୀ ବିନା ଡାକ୍ତର ପ୍ରେସକ୍ରିପସନ୍‌ରେ ବେଆଇନ ଭାବେ ବିକ୍ରି କରୁଥିବା ନଜରକୁ ଆସିଥିଲା। ଏହାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ଏହି ଆକ୍ସନ ନିଆଯାଇଛି।

ରାଜଧାନୀର ଏକାଧିକ ପ୍ରତିଷ୍ଠିତ ଏବଂ ସ୍ଥାନୀୟ ମେଡିସିନ ଷ୍ଟୋରଗୁଡ଼ିକରେ ଡ୍ରଗ୍ସ ଇନ୍ସପେକ୍ଟର ଓ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଔଷଧର ଷ୍ଟକ୍ ଖାତା ଏବଂ ବିକ୍ରି ସେଲ୍ସ ରିପୋର୍ଟ ଯାଞ୍ଚ କରୁଛନ୍ତି। ଯେଉଁ ସବୁ ଔଷଧ ଯୁବପିଢ଼ିଙ୍କ ଦ୍ବାରା ନିଶା ଭାବେ ଅପବ୍ୟବହାର ହେବାର ଆଶଙ୍କା ରହିଛି, ସେଗୁଡ଼ିକର ବିକ୍ରି ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଏହି ଚଢ଼ାଉ ମାଧ୍ୟମରେ ବେଆଇନ ଭାବେ ନିଶା ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ରାଜଧାନୀରେ ମେଡିସିନ ଦୋକାନୀ କେତେ ନିଶା ମେଡିସିନ ଆଣୁଛନ୍ତି, କେତେ ବିକ୍ରି ହେଉଛି ଆଉ କେତେ ବୈଧତା ରହିଛି ତାହାକୁ ନେଇ ତଦନ୍ତ କରାଯାଇଛି । କିଛି ବ୍ୟବସାୟୀ ଅନୀତି କରିଥିବା ଜଣାପଡ଼ିଛି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସହକାରୀ ଡ୍ରଗ୍ସ ଇନ୍ସପେକ୍ଟର ସୁଦର୍ଶନ ବିଶ୍ୱାଳ ।

Leave A Reply

Your email address will not be published.