Latest Odisha News

BREAKING NEWS

ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ

ନୂଆଦିଲ୍ଲୀ: ଖେଳପ୍ରେମୀଙ୍କ ପାଇଁ ଖୁସି ଖବର । ନୂଆ ଆଇପିଏଲ ସିଜନ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ ସିଂହଙ୍କ ଏଂଟ୍ରି । କୋଚିଂ ଷ୍ଟାଫ୍ରେ ଯୋଗଦେଲେ ଯୁବରାଜ । କ୍ୟାରିୟରରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷକ ଭୂମିକା ନେଇଛନ୍ତି ୟୁଭି । ୧୧ ବର୍ଷ ପରେ ଏହି ଫ୍ରାଂଚାଇଜି ସହ ପୂର୍ବତନ ଭାରତୀୟ କ୍ରିକେଟ୍ ଟିମ୍ର ଅଲରାଉଣ୍ଡର ୟୁଭିଙ୍କର ହୋଇଛି ପୁନଃମିଳନା ଏନେଇ ମଙ୍ଗଳବାର ଯୁବରାଜଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ଫ୍ରାଂଚାଇଜର ମାଲିକ । ଜୁନ୍ ମାସରୁ ଚର୍ଚ୍ଚା ହେଉଥିବା ବେଳେ ଆଜି ସେ ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ଆନୁଷ୍ଠାନିକ ଭାବେ କୋଚିଂ ଫିଲ୍ଡରେ ପାଦ ରଖିଲେ ଯୁବରାଜ । ୩୦୪ଟି ଦିନିକିଆ, ୪୦ଟି ଟେଷ୍ଟ ମ୍ୟାଚ୍ ଓ ୫୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ଯୁବରାଜ । ୨୦୦୭ ଆଇସିସି ଟି-୨୦ ବିଶ୍ୱକପ୍ ଓ ୨୦୧୧ ଆଇସିସି କ୍ରିକେଟ୍ ବିଶ୍ୱକପ୍ରେ ଭାରତର ବିଜୟରେ ପ୍ରମୁଖ ଥିଲେ ଯୁବରାଜ । ଅନେକ କ୍ରିକେଟରଙ୍କ ମେଂଟର ମଧ୍ୟ ହୋଇଛନ୍ତି ସେ । ଏବେ ସେ ତାଙ୍କ କୋଚିଂ କ୍ୟାରିଅରର ଡେବୁ୍ୟ କରିବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସରୁ । ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସରେ ୧୬ କୋଟି ବଜେଟରେ ଟିମ୍ ସାଇନ କରିଥିଲେ ଯୁବରାଜଙ୍କୁ । ସେ ସମୟରେ ଯୁବରାଜ ଆଇପିଏଲ ଇତିହାସରେ ଜଣେ ହାଇଏଷ୍ଟ ପେଡ୍ କ୍ରୀକେଟର ଭାବେ ଖେଳିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଯୁବରାଜଙ୍କୁ ଖୁବ୍ ଉତ୍ସାହ ଓ ଆନନ୍ଦର ସହ ସ୍ୱାଗତ କରାଯାଇଛି । ଖେଳ ଉପରେ ଗଭୀର ଜ୍ଞାନ, ପ୍ରତିଯୋଗିତା ଓ ଜିତିବାର ମାନସିକତା ଦିଲ୍ଲୀର କୋଚିଂ ସେଟଅପ୍ରେ ଅଦ୍ଭୁତପୂର୍ବ ସଫଳତା ଆଣିବ ବୋଲି ସେ କହିଛନ୍ତି । ଏହି ନୂଆ ଇନିଂସ ନେଇ ଯୁବରାଜ ମଧ୍ୟ ଖୁବ୍ ଖୁସ୍ ଥିବା କହିଛନ୍ତି । କୋଚିଂ ଦେବାକୁ ଇଛା ଥିଲା, ଏବଂ ଏକ ଭଲ ଟିମ୍ ସହ ମୁଁ ଯୋଡିହୋଇଥିବାରୁ ଖୁସି ବୋଲି କହିଛନ୍ତି । ଯୁବରାଜଙ୍କର ଆଇପିଏଲ କ୍ୟାରିଅର ଥିଲା ଖୁବ୍ ଚିତାକର୍ଷକ । ୧୩୨ଟି ମ୍ୟାଚ୍, ୨୭୫୦ ରନ୍ କରିବା ସହ ୩୬ଟି ୱିକେଟ୍ ନେଇଥିଲେ ସେ । ଏବେ ତାଙ୍କର କ୍ରିକେଟ୍ କୋଚିଂ ଡେବୁ୍ୟ ତାଙ୍କ କ୍ୟାରିଅରର ନୂଆ ଅଧ୍ୟାୟ ।

 

Leave A Reply

Your email address will not be published.